ଆସନ୍ତାକାଲିଠୁ ବନ୍ଦ ରହିବ ଶିମିଳିପାଳ

ଶିମିଳିପାଳ ବନ୍ଦ। ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ। ଆଉ ଦେକି ପାରିବେନି ବାଘ, ଭାଲୁ କି ବନ୍ୟଜନ୍ତୁ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ।ଯେହେତୁ ଏବେ ବର୍ଷା ସିଜିନ୍ ଚାଲିଛି। ଏମିତିରେ ଏବେ ଗୋଟେ ପରେ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ତେଣୁ ବର୍ଷା ଓ ମୌସୁମୀକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯାହା କୁହାଯାଉଛି ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ। ହେଲେ କେବେ ଖୋଲିବ ତାହାର କୌଣସି ସୂଚନା ଦିଆଯାଇନାହିଁ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ବନ୍ଦ ରହିବ।