୩୫ ଡିଗ୍ରୀ ଉପରେ ଏହି ସହରର ତାପମାତ୍ରା
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ି ଚାଲିଛି। ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଝାରସୁଗୁଡ଼ା ସହରର ତାପମାତ୍ରା ୩୬.୬ ଡିଗ୍ରୀ ରହିଛି।
ସେହିପରି କେନ୍ଦୁଝରରେ ୩୬ ଡିଗ୍ରୀ, ସମ୍ବଲପୁରରେ ୩୫.୬ ଡିଗ୍ରୀ, ରାଉରକେଲା ଓ ବାଲେଶ୍ବର ୩୫.୨ ରହିଥିବାବେଳେ ହୀରାକୁଦରେ ୩୫ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୪.୬ ଡିଗ୍ରୀ ରହିଛି।