କଂଗ୍ରେସ ଓ ଆପକୁ ଟାର୍ଗେଟ କଲେ ଉମାର ଅବଦୁଲ୍ଲା

କଂଗ୍ରେସ ଓ ଆପକୁ ଟାର୍ଗେଟ କଲେ ଉମାର ଅବଦୁଲ୍ଲା

ଆଜି ଦିଲ୍ଲୀରେ ଭୋଟ ଗଣତିର ଦିନ । ଭୋଟ ଗଣତି ଚାଲିଛି, ଆରମ୍ଭରୁ ହିଁ ଫଳାଫଳ ବିଜେପି ସପକ୍ଷରେ ଆସୁଛି । ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେପି ୩୨ ଟି ଆସନରେ ଆଗୁଆ ଅଛି ଯେତେବେଳେ କି ଆପ କେବଳ ୧୪ ଟି ଆସନରେ ଆଗୁଆ କରିପାରିଛି । ଭୋଟ ଗଣତି ମଧ୍ୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଉମାର ଅବଦୁଲ୍ଲା ଟ୍ୱିଟ୍ ମାଧ୍ୟମରେ କଂଗ୍ରେସ ଓ ଆପକୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ମହାଭାରତ' ଧାରାବାହିକର ଏକ ଦୃଶ୍ୟ ସେୟାର କରି ଉମାର ଅବଦୁଲ୍ଲା ଲେଖିଛନ୍ତି, 'ନିଜ ନିଜ ମଧ୍ୟରେ ଆହୁରି ଲଢ଼!'... ତାଙ୍କର ସ୍ପଷ୍ଟ ଇଙ୍ଗିତ ଥିଲା ଆପ୍ ଓ କଂଗ୍ରେସର ଫଳାଫଳକୁ ନେଇ ।