ଭିଟାମିନ୍ ଡି' ହ୍ରାସର ଲକ୍ଷଣ
ହାଡ଼ ଯନ୍ତ୍ରଣା ଓ ମାଂସପେଶୀ ଦୁର୍ବଳ ଲାଗିବା ମଧ୍ୟ ଭିଟାମିନ୍ ଡି' ହ୍ରାସର ଏକ ଲକ୍ଷଣ । ଯଦି ଆପଣ ବାରମ୍ବାର ରୋଗରେ ପଡୁଛନ୍ତି ତଥା ଇମୁ୍ୟନିଟି ଦୁର୍ବଳ ରହିଛି ଭିଟାମିନ୍ ଡି ହ୍ରାସ ଏହା ପଛର ଏକ ମୁଖ୍ୟ କାରଣ । ଏଥିସହ ଶରୀରରେ କୌଣସି ସ୍ଥାନରେ ଘା' ହେଲେ ଯଦି ଶୀଘ୍ର ଶୁଖୁନି ଏହା କେବଳ ମଧୁମେହର ଲକ୍ଷଣ ତାହା ନୁହେଁ, ବରଂ ଭିଟାମିନ ଡି' ହ୍ରାସର ଏକ ଲକ୍ଷଣ ମଧ୍ୟ ହୋଇପାରେ ।
କାହିଁକି ହୁଏ?
ଖରାରେ କମ୍ ସମୟ ବିତାଇବା: ଶରୀରରେ ଭିଟାମିନ୍ ଡି' ହ୍ରାସର ମୁଖ କାରଣ ହେଲା ଖରାରେ କମ ସମୟ ବିତାଇବା । ବିଶେଷକରି ସୂର୍ଯ୍ୟର ଅଲଟ୍ରାଭାଓଲେଟ କିରଣ ଶରୀରରେ ନ ବାଜିବା । ତେଣୁ ଅଧିକ ସମୟ ଖରାରେ ରହିବା ଦ୍ୱାରା ଭିଟାମିନ୍ -ଡି ଅଭାବ ଦୂର ହୋଇଥାଏ ।
ଖାଦ୍ୟ କମ୍ ଖାଇବା: ଭିଟାମିନ୍ ଡି' ର କିଛି ଖାଦ୍ୟ ପଦାର୍ଥ ରହିଛି, ଯେପରି ଫ୍ୟାଟେଡ୍ ଫିସ୍,( ସଲେମନ, ମ୍ୟାକେରଲ) ଅଣ୍ଡା, ଡାଏରୀ ପ୍ରଡକ୍ଟ । ଯଦି ଆପଣଙ୍କ କମ୍ ଖାଦ୍ୟ ଖାଉଛନ୍ତି ତେବେ ଭିଟାମିନ୍ ଡି' ହ୍ରାସ ହୋଇଥାଏ । ଶାକାହାରୀ ଲୋକଙ୍କ ଲାଗି ଏହା ଆହୁରି ମଧ୍ୟ ସମସ୍ୟାର କାରଣ ହୋଇଥାଏ । କାହିଁକି ନା ସବୁବେଳେ ଭିଟାମିନ୍ ଡି' ପ୍ରାକୃତିକ ସ୍ରୋତକୁ ଦୂର କରିଥାଏ ।