ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଉପାୟ!

ଚଳିତ ବର୍ଷ ଅପ୍ରେଲ ୩୦ ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଜ୍ୟେତିଷଶାସ୍ତ୍ର ମୁତାବକ, ଅକ୍ଷୟ ତୃତୀୟାରେ ଯଦି କିଛି ଖାସ ଉପାୟ କରାଯାଏ, ତେବେ ଧନ ଲାଭର ଯୋଗ ହୋଇପାରେ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ମଧ୍ୟ ବର୍ଷିପାରେ। ଆସନ୍ତୁ ଜାଣିବା ଏହି ୫ଟି ଉପାୟ..
ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ସହ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଏହାପରେ ମୂର୍ତ୍ତି ବା ଫଟୋର ଅଭିଷେକ କ୍ଷୀରରେ କରନ୍ତୁ। ଏହି ସମୟରେ ଲକ୍ଷ୍ମୀ ମାଆଙ୍କ ମନ୍ତ୍ର ପଢନ୍ତୁ। ଅକ୍ଷୟ ତୃତୀୟା ଦିନ ନାଲି ସାଢୀ ପିନ୍ଧି ମାଆ ଲକ୍ଷ୍ମୀଙ୍କ ଫଟୋ ସାମ୍ନାରେ ଘିଅ ଦୀପ ଜଳାଇ ଶ୍ରୀସୁକ୍ତ ପାଠ କରନ୍ତୁ। ଏହାକୁ ଜପ କରିବା ଦ୍ୱାରା ଲକ୍ଷ୍ମୀ ମାଆ ସଙ୍ଗେ ସଙ୍ଗେ ଚାଲିଆସନ୍ତି।