ଆଗ୍ରା ପାଖରେ ବାୟୁସେନାର ମିଗ୍-୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଆଗ୍ରା ପାଖରେ ବାୟୁସେନାର ମିଗ୍-୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ


ନୂଆଦିଲ୍ଲୀ – ଉତର ପ୍ରଦେଶରେ ଆଗ୍ରା ପାଖରେ ସୋମବାର ଦିନ ବାୟୁସେନାର ଏକ ମିଗ୍-୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ପଞ୍ଜାବର ଆଦମପୁରରୁ ଉଡ଼ିବା ଆରମ୍ଭ କରିଥିଲା ଏବଂ ଅଭ୍ୟାସ ପାଇଁ ଆଗ୍ରା ଯାଉଥିଲା । ଦୁର୍ଘଟଣା ପୂର୍ବରୁ ବିମାନର ପାୟଲଟ ସହିତ ଦୁଇ ଲୋକ ସୁରକ୍ଷିତ ଡେଇଁ ପଡ଼ିଥିଲେ, ଯାହାଫଳରେ ସେମାନଙ୍କ ଜୀବନ ବଂଚିଯାଇଛି । ଦୁର୍ଘଟଣାର ବିସ୍ତୃତ ସୂଚନା ପାଇଁ କୋର୍ଟ ଅଫ୍ ଇନକ୍ୱାରି ଆଦେଶ ଦେବାର ସମ୍ଭାବନା ରହିଛି । ବାୟୁସେନାର ମିଗ୍-୨୯ ଯୁଦ୍ଧ ବିମାନ ଆଜି ମଧ୍ୟାହ୍ନରେ ପଂଜାବର ଆଦମପୁରରୁ ବାହାରିଥିଲା । କିନ୍ତୁ ଉତର ପ୍ରଦେଶର ଆଗ୍ରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି କ୍ରାସ ହୋଇ ମାଟିରେ ପଡ଼ିଯାଇଥିଲା, ଏହାପରେ ସେଥିରେ ନିଆଁ ଲାଗିଯାଇଥିଲା ।