ଆମେଚର ଗୋ-ଆସୋସିଏସନର ବୈଠକ
ପୁରୀ : ପୁରୀ ନିର୍ମାଣ ନିବାସ ଠାରେ ଓଡ଼ିଶା ଆମେଚର ଗୋ ଆସୋସିଏସନର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସୋସିଏସନର ସର୍ବଭାରତୀୟ ପର୍ଯ୍ୟବେକ୍ଷକ ଚନ୍ଦନ ପାଣ୍ଡେ ଯୋଗଦେଇଥିଲେ । ଓଡ଼ିଶାରେ ଆସୋସିଏସନର ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆସନ୍ତା ନଭେମ୍ବର ମାସରେ ଜାତୀୟ ପ୍ରତିଯୋଗିତାର ଆୟୋଜନ ସତ୍ୟବାଦୀ ସ୍ଥିତ ସାଇ ଏକାଡ଼େମୀରେ ଅନୁଷ୍ଠିତ ହେବ ବୋଲି ସଭାପତି ବିନୟ ନୃସିଂହ ମହାପାତ୍ର ପ୍ରକାଶ କରିଥିଲେ । ଏହି ବୈଠକରେ ଓଡ଼ିଶା ଗୋ ଆସୋସିଏସନର ସଭାପତି ଶ୍ରୀ ମହାପାତ୍ର ଉପାଧ୍ୟକ୍ଷ ସୁଶ୍ରୀ ପି୍ରୟଦର୍ଶିନୀ ପାଣି, ସଂପାଦକ ରାଜକିଶୋର ମହାନ୍ତି, କୋଷାଧ୍ୟକ୍ଷ ଦେବଦତ୍ତ ମହାପାତ୍ର, କ୍ରୀଡ଼ା ସଂପାଦକ ପ୍ରଦୀପ୍ତ ସାହୁ, ଅମର ଆନନ୍ଦ ପଟ୍ଟନାୟକ, ଦୋଳଗୋବିନ୍ଦ ମହାନ୍ତି ଓ ଚିତ୍ତରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।