ଓଜନ ଅନୁସାରେ ପ୍ରତିଦିନ କେତେ ପାଣି ପିଇବା ଉଚିତ୍? ଆସନ୍ତୁ ଜାଣିବା...

ଓଜନ ଅନୁସାରେ ପ୍ରତିଦିନ କେତେ ପାଣି ପିଇବା ଉଚିତ୍?  ଆସନ୍ତୁ ଜାଣିବା...

ଆମ ଶରୀରରେ ପ୍ରାୟ ୬୦ ପ୍ରତିଶତ ପାଣି ରହିଛି । ଆମ ଶରୀରର ଅଧିକାଂଶ କାର୍ଯ୍ୟ ପାଇଁ ପାଣିର ଆବଶ୍ୟକ ପଡିଥାଏ  ।  ଯେପରିକି କୋଷ ପର୍ଯ୍ୟନ୍ତ ପୋଷକ ତତ୍ତ୍ବ ପହଞ୍ଚାଇବାରେ ,ବିଷାକ୍ତ ପଦାର୍ଥକୁ ସଫା କରିବା  ପାଇଁ ପାଣି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶରୀରରେ ପାଣି କମିଗଲେ ଡିହାଇଡ୍ରେସନ ସହିତ ଅନେକ ଅସୁବିଧା ହୋଇଥାଏ । ଏଥିପାଇଁ ଆମକୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଉଚିତ୍ । ତେବେ ସମସ୍ତଙ୍କ ଓଜନ, ପରିଶ୍ରମ, ତାପମାତ୍ରା ସମାନ ନଥାଏ । ତେଣୁ ଏହାକୁ ଭିତ୍ତି କରି ପାଣି ପିଇବା ଉଚିତ୍ ।ଏକ ଅଧ୍ୟୟନ ଅନୁସାରେ ପୁରୁଷଙ୍କୁ ସାରା ଦିନରେ ୩ ଲିଟର ପାଣି ପିଇବା ଉଚିତ୍ । ମହିଳାଙ୍କୁ ଗୋଟିଏ ଦିନରେ ୨ ଲିଟର ପାଣି ପିଇବା ଉଚିତ୍ । ପିଲାମାନଙ୍କୁ ୬ରୁ ୮ କପ୍ ପାଣି ପିଇବା ଉଚିତ୍ । ଗର୍ଭବତୀ ଓ ପ୍ରସୂତୀଙ୍କୁ ଏକ ଦିନରେ ୧୦ରୁ ୧୨ କପ ପାଣି ପିଇବା ଉଚିତ୍ ।ଯଦି ଆପଣ ଶାରୀରିକ ପରିଶ୍ରମ ଅଧିକ କରୁଛନ୍ତି ଏବଂ ଆପଣଙ୍କ ଶରୀରର ତାପମାତ୍ରା ଅଧିକ ରହୁଛି ତେବେ  ଆପଣ ଅଧିକ ପାଣି ପିଇବା ଉଚିତ୍ । ଯଦି ଆପଣ କିଡନୀ ଓ ହାର୍ଟ ରୋଗୀ ତେବେ ଆପଣ ସୀମିତ ମାତ୍ରାରେ ପାଣି ପିଇବା ଉଚିତ୍ । ଯଦି ଆପଣଙ୍କ ପରିସ୍ରା ହଳଦିଆ ରଙ୍ଗର ଆସୁଛି ତେବେ ଆପଣଙ୍କ ଶରୀର ଡିହାଇଡ୍ରେଟେଡ୍ ଏବଂ ଅଧିକ ପାଣି ଆବଶ୍ୟକ କରୁଛି । ସକାଳେ ଉଠିବା ପରେ ତୁରନ୍ତ ୨ ଗ୍ଲାସ ପାଣି ପିଅନ୍ତୁ । ଖାଦ୍ୟ ଖାଇବାର ୩୦ ମିନିଟ୍ ପୂର୍ବରୁ ୧ ଗ୍ଲାସ ପାଣି ପିଅନ୍ତୁ ।  ଯଦି ଆପଣଙ୍କ ରକ୍ତଚାପ ସ୍ତର ଅଧିକ ତେବେ ସ୍ନାନ କରିବା ପୂର୍ବରୁ ୧ ଗ୍ଲାସ ପାଣି ପିଅନ୍ତୁ ।