ଗୋଲାପର ବାସ୍ତୁ ମହତ୍ତ୍ୱ

ଗୋଲାପର ବାସ୍ତୁ ମହତ୍ତ୍ୱ

ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ  । ଏହି ଗୋଲାପ ଫୁଲ ବି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି  । ତେବେ ଗୋଲାପ ଫୁଲ ସହ ବାସ୍ତୁର କ'ଣ ସମ୍ପର୍କ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ...

  • ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଲାପ ଗଛ ଲଗାଇବା ବେଶ୍‌ ଶୁଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ବିଶେଷକରି ନାଲି ରଙ୍ଗର ଗୋଲାପ ଫୁଲ ପାଇଁ ଏହି ଦିଗ ସର୍ବୋତ୍ତମ ହୋଇଥାଏ । ଏହି ଦିଗରେ ଗୋଲାପ ଗଛ ରହିଲେ ଘରର ମୁଖୁଆଙ୍କର ସାମାଜିକ ପ୍ରତିଷ୍ଠା ବଢିଥାଏ ବୋଲି ବିଶ୍ୱାସ ରହିଛି  ।
  • ବାସ୍ତୁ ଅନୁସାରେ, ବୈବାହିକ ଜୀବନରେ ବାରମ୍ବାର ସମସ୍ୟା ଦେଖାଯାଉଥିଲେ ଏକ କାଚ ବାଉଲ୍‌ରେ ପାଣି ସହିତ କିଛି ଗୋଲାପ ଫୁଲର ପାଖୁଡ଼ାକୁ ଭରି ରଖିବା ସହ  ପ୍ରତିଦିନ ବାଉଲ୍‌ରେ ଥିବା ପାଣି ଓ ଗୋଲାପ ଫୁଲର ପାଖୁଡାକୁ ମଧ୍ୟ ବଦଳାନ୍ତୁ  । ଏପରି କିଛିଦିନ କରିବାଦ୍ୱାରା ସମ୍ପର୍କରେ ନିବିଡ଼ତା ଆସିବାର ଲକ୍ଷ୍ୟ କରାଯାଏ  ।
  • ଜ୍ୟୋତିଷ ତଥା ଧର୍ମଶାସ୍ତ୍ର ଅନୁସାରେ, ପାରିବାରିକ ସମସ୍ୟା ଲାଗି ରହୁଥିଲେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ନାଲି ଗୋଲାପ ଅର୍ପଣ କରିବା ଦ୍ୱାରା ପରିବାରରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି ପାଇବାର ବିଶ୍ୱାସ ରହିଛି  ।
  • ପ୍ରତିଦିନ ସନ୍ଧ୍ୟା ଦେବା ସମୟରେ ମାତା ଲକ୍ଷ୍ମୀଙ୍କ ଚରଣରେ ଗୋଲାପ ଫୁଲ ଅର୍ପଣ କରିବା ଦ୍ୱାରା ଅଥବା ଶୁକ୍ରବାର ଦିନ ପାଞ୍ଚଟି ଗୋଲାପ ଫୁଲର ପାଖୁଡ଼ାକୁ ପାନପତ୍ରରେ ରଖି ମାତା ଦୁର୍ଗାଙ୍କୁ ଅର୍ପଣ କରିବାଦ୍ୱାରା ଘରେ ଧନଧାନ୍ୟ ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି  ।