ଫାଇନ ନଦେଲେ ରଦ୍ଦ ହେବ ଲାଇସେନ୍ସ

ଏଣିକି ଅମାନିଆ ଗାଡି ଚାଳକ ହେବେ ସାବାଡ । ଟ୍ରାଫିକ୍ ନିୟମ ନ ମାନିଲେ ଫାଇନ୍ କଟିବା ନିଶ୍ଚିତ ହୋଇଥିବାବେଳେ ସଙ୍ଗେସଙ୍ଗେ ଫାଇନ୍ କଟୁଥିଲେ ବି ଭରିବା ପାଇଁ ହାତରେ ସମୟ ରହୁଥିଲା । ମାତ୍ର ଏବେ ଏହି ଟ୍ରାଫିକ୍ ନିୟମରେ ଆସିଛି ବଡ ପରିବର୍ତ୍ତନ । ଏଣିକି ଯଦି କୌଣସି ଗାଡି ଚାଳକ ଅମାନିଆ ଭାବରେ ଗାଡି ଚଳାନ୍ତି ଅବା ଟ୍ରାଫିକ ନିୟମକୁ ଅମାନ୍ୟ କରନ୍ତି ତେବେ ଫାଇନ୍ କଟିବା ସହ ତୁରନ୍ତ ତାଙ୍କର ଡ୍ରାଇଭିଙ୍ଗ୍ ଲାଇସେନ୍ସକୁ ରଦ୍ଦ କରିଦିଆଯିବ । ଏଭଳି ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହାଛଡା ୩ମାସ ଭିତରେ ଏହି ଫାଇନ୍ ବି ଭରିବା ମଧ୍ୟ ବାଧ୍ୟତାମୂଳକ ହୋଇପଡିଛି ।