ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ସନ୍ତୋଷଙ୍କ ଇସ୍ତଫା
ନୀଳଗିରି, : ଗୁରୁବାର ବିଜେଡିର ବାକିଥିବା ତିନିଗୋଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ନୀଳଗିରିର ପ୍ରମୁଖ ଆଶାୟୀ ସନ୍ତୋଷ ଖଟୁଆଙ୍କୁ ନିରାଶ ହେବାକୁ ପଡ଼ିଛି । ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନାମ ଘୋଷଣା ପରେ ଅସନ୍ତୁଷ୍ଟ ସନ୍ତୋଷ ଖଟୁଆ ନିଜର ପ୍ରାଥମିକ ସଦସ୍ୟ ସହିତ ବିଜୁଜନତା ଦଳର ବରିଷ୍ଠ ଉପସଭାପତି ପଦରୁ ଅବ୍ୟାହତି ନେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡିଛି । ଦୀର୍ଘ ପାଞ୍ଚବର୍ଷ ଧରି ଦଳର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ପ୍ରୟାସକୁ ଦଳ ଅଣଦେଖା କରି ତାଙ୍କପ୍ରତି ବେଇମାନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏଣୁ ଆଗାମୀ ଦିନରେ ଜନତା ତାର ଜବାବ ଦେବ । ମୁଁ ଆଗାମୀ ନିର୍ବାଚନରେ ନିଶ୍ଚୟ ପ୍ରତିଦ୍ୱନ୍ଦିତା କରିବି ବୋଲି ପ୍ରକାଶ କରିଛନ୍ତି ।