ଦେଖିବାକୁ ଛୋଟ,ହେଲେ କାମ ତାର ବହୁତ୍ ବଡ଼:-ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ଜୁଆଣି

ଦେଖିବାକୁ ଛୋଟ,ହେଲେ କାମ ତାର ବହୁତ୍ ବଡ଼:-ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ଜୁଆଣି

କ୍ଷୁଦ୍ର ଦାନା ଜୁଆଣି। ହେଲେ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର। ଜୁଆଣି ଖାଇଲେ ମିଳିବ ଅନେକ ଫାଇଦା । ଜୁଆଣିରେ କ୍ୟାଲସିୟମ, ସୋଡିୟମ, କପର, ମ୍ୟାଗ୍ନେସିୟମ, ଆୟରନ, ଜିଙ୍କ, ପୋଟାସିୟମ, ଫୋଲେଟ ଆଦି ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ଭରପୁର  ମାତ୍ରାରେ ରହିଛି। କେବଳ ଜୁଆଣି  ନୁହେଁ ଜୁଆଣିର ପତ୍ର ଖାଇଲେ ମଧ୍ୟ ବିଭିନ୍ନ ରୋଗ ଭଲ ହୋଇଯାଇଥାଏ।ଜୁଆଣିରେ ଥିବା ଫଥାଲାଇଡସ ବ୍ଲଡ କୋଲେଷ୍ଟ୍ରଲକୁ କମ କରିଥାଏ। ଯେଉଁଥିରେ ହାର୍ଟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିରେ ବହୁତ ଔଷଧୀୟ ଗୁଣ ଭରି ରହିଛି। ଏହା ଖାଇବା ଦ୍ଵାରା କୌଣସି ସାଇଡ ଇଫେକ୍ଟ ପଡ଼ି ନଥାଏ ଓ ଏହା ଦେହ ପାଇଁ ହିତକର ମଧ୍ୟ ଅଟେ। ଖାଲି ପେଟରେ ଜୁଆଣି ଖାଇଲେ ଓଜନ ହ୍ରାସ ହୋଇଥାଏ। ଶୀତ  ଦିନରେ ହେଉଥିବା ଥଣ୍ଡା, କାଶ, ଗ୍ୟାସ କିମ୍ବା ବାତ ପରି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ଜୁଆଣି।ଯେତେ ହିତକର ଜୁଆଣି ଓ ତାର ପତ୍ର ମଧ୍ୟ ସେମିତି । ଅନେକ ରୋଗ ଭଲ କରିଥାଏ ଜୁଆଣି। ଜୁଆଣି ସହିତ ଜୁଆଣି ପତ୍ର ମଧ୍ୟ ଦେହ ପାଇଁ ବହୁତ ଉପକାରୀ।