ନନ୍ଦିନୀ ଶତପଥିଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପୂର୍ବତନ ସଭାପତି ସ୍ୱର୍ଗତା ନନ୍ଦିନୀ ଶତପଥୀଙ୍କ ୯୪ ତମ ଜୟନ୍ତୀ ଅବସରରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବର୍ଗ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ଦାସ ନନ୍ଦିନୀ ଶତପଥଙ୍କ ସ୍ମୃତିଚାରଣ କରି କହିଥିଲେ ଯେ କଂଗ୍ରେସ ଦଳ ବିଶେଷକରି ଓଡ଼ିଶା ପାଇଁ ନନ୍ଦିନୀ ଶତପଥି ବହୁ ଜନମଙ୍ଗଳ କାର୍ଯ୍ୟ କରିଯାଇଛନ୍ତି । ମୁଁ କେନ୍ଦ୍ର ମନ୍ତ୍ରୀ ଥିବାବେଳେ ତାଙ୍କୁ ଅନେକଥର ସାକ୍ଷାତ କରି ବହୁ ପ୍ରସଙ୍ଗରେ ଆଲୋଚନା କରିଛି । ନନ୍ଦିନୀ ଶତପଥୀ ଓଡ଼ିଶାରେ ବହ୍ନି କନ୍ୟା ବା ଲୌହମାନବୀ ଭାବେ ମଧ୍ୟ ଜଣଶୁଣା ଥିଲେ । ଓଡ଼ିଶାକୁ ଆଜି ନନ୍ଦିନୀ ଶତପଥଙ୍କ ଭଳି ନାରୀନେତ୍ରୀଙ୍କ ଆବଶ୍ୟକତା ରହିଛି ବୋଲି କହିଥିଲେ । ଏ କାର୍ଯ୍ୟକ୍ରମରେ ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ସମୀର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, ଜ୍ୟୋତିଷ ସାହୁଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।