ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ।  ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି । ସେମାନେ  ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି ସେ କହିଛନ୍ତି ।ଅନ୍ୟପକ୍ଷରେ ନର୍ସିଂ କର୍ମଚାରୀ ସଂଘର ସମ୍ପାଦକ ଅଶ୍ୱିନୀ କୁମାର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ  ହୋଇଥିବା ଆଲୋଚନା ଫଳପ୍ରଦ ରହିଛି । ନର୍ସିଂ କର୍ମଚାରୀମାନଙ୍କର ସମସ୍ତ ୧୦ଦଫା ଦାବି ପ୍ରତି ସ୍ୱାସ୍ଥ୍ୟମନ୍ତ୍ରୀ ଅବଗତ ଅଛନ୍ତି । ଆମେ ମଧ୍ୟ ତା’ର ଯଥାର୍ଥ କାରଣ ଦେଇଛି । ସରକାର ସେସବୁ ପ୍ରତି ଅବଗତ ଅଛନ୍ତି ଓ ତାକୁ ଅନ୍ତବିଭାଗୀୟ କମିଟି ଦ୍ୱାରା ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନର୍ସିଂ କର୍ମଚାରୀମାନେ ରୋଗୀ ସେବାକୁ ଫେରିଲେ ଯେତେଶୀଘ୍ର ସମ୍ଭବ ଦାବିଗୁଡ଼ିକ ଉପରେ ସରକାର ବିଚାର କରିବେ ।