ନୂତନ ଉନ୍ନୀତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

 ଭୁବନେଶ୍ୱର  :ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ  ଆନୁକୂଲ୍ୟରେ ୧୦୨ଟି ନୂତନ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ୧୭ ଟି ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ନେଇ ଏକ ଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।  କୃଷି ଭବନସ୍ଥିତ ଅଡିଟୋରିୟମ୍ ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳକାନ୍ତି ଦାଶ, ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ବୀରେନ୍ଦ୍ର କରକରା,  ଉଚ୍ଚÿ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ନିୟତୀ ପଟ୍ଟନାୟକ, ଆଞ୍ଚଳିକ ନିଦେ୍ର୍ଦଶାଳୟର ଅତିରିକ୍ତ ନିଦେ୍ର୍ଦଶକ ରମେଶ ଚନ୍ଦ୍ର ସେଠୀ, ଉଚ୍ଚÿ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟର ଯୁଗ୍ମ ନିଦେ୍ର୍ଦଶକ ସସ୍ମିତା ମାଳି ପ୍ରମୁଖ ଉପସ୍ଥିତ ଥିଲେ । 
କାର୍ଯ୍ୟକ୍ରମ ଆରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ଶ୍ରୀମତୀ ପଟ୍ଟନାୟକ ଦିଗଦର୍ଶନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇଥିଲେ ।  ଯୁଗ୍ମ ନିଦେ୍ର୍ଦଶକ ସସ୍ମିତା ମାଳି କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଉପ-ନିଦେ୍ର୍ଦଶକ ମଧୁସୂଦନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।