ନୌକା ପ୍ରତିଯୋଗିତା ପାଇଁ ସରଜମିନ ତଦନ୍ତ 

 ମାଲକାନଗିରି :  ମାଲ୍ୟବନ୍ତ ମହୋସôବ ଉପଲକ୍ଷେ ଆସନ୍ତା ୧୧ ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରେ ମସô୍ୟଜୀବିଙ୍କୁ ନେଇ ନୌକା ପ୍ରତି ଯୋଗିତା ନିମନ୍ତେ ଜଳଭଣ୍ଡାର ମଧ୍ୟରେ ସରଜମିନ ତଦନ୍ତ କଲେ ନୌକା ପରିଚାଳନା କମିଟିର ସଦସ୍ୟ ମାନୋ ଏହି ଉପଲକ୍ଷେ ଆଜି ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି,  ସହକାରୀ ବନ ସଂର କ୍ଷକ ମନସୁନ ଖେମୁଣ୍ଡୁ, ଜିଲ୍ଲା ମସô୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ, କମିଟି ସଦସ୍ୟ ଦୁ ର୍ଯ୍ୟୋଧନ ପାତ୍ର, ସତୀଗୁଡା ମସô୍ୟଜୀବି ସଂଗଠନର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଳଭଣ୍ଡାରରେ ପ୍ରତି ଯୋଗିତାରେ ଅଂଶଗ୍ରହଣ କରୁଥିବା ୧୦ଟି ନୌକା ପାଇଁ ୧୦୦ ମିଟର ପରିଧିରେ ସୋଲ ଏବଂ ବେଲୁନ, ସୁତୁଲି ଦ୍ୱାରା ଟ୍ରାକ୍ କରାଯିବ  । ଏହାକୁ ବନ ବିଭାଗ ଦାୟିତ୍ୱରେ ଦିଆ ଯାଇଥଇବାବେଳେ ମସô୍ୟ ବିବାଗ ପ୍ରତି ଯୋଗୀଙ୍କ ପ୍ରତି ନୌକା ଚାଳନା କରିବା ପାଇଁ ଚାରି ଜଣଙ୍କ ନାମ, ଗ୍ରାମ ପଞ୍ଜିକୃତ କରିବେ  । ଏଥିସହ ପ୍ରତି ଯୋଗୀମାନଙ୍କ ପାଇଁ ଜରୁରୀକାଳୀନ ଔଷଧ, ପାନୀୟ ଜଳ, ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବେ  । ବନ ବିଭାଗ ପ୍ରତି ଯୋଗୀମାନଙ୍କ ପାଇଁ ଟୋପି ଓ ଟି ସାର୍ଟ ଯୋଗାଇଦେବେ  । ମଞ୍ଚ ଓ ଡାକବାଜୀ ଯନ୍ତ୍ର, ବାକିଟକି, ସବୁଜ ପତାକା ଯୋଗାଇ ଦେବେ  । ପ୍ରତି  ଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଚୟନ ପାଇଁ ଚାରିଜଣ ଚୟନ କର୍ତା ରହିବେ  । କ୍ରୀଡା ଅଧିକାରୀ ଏହି ଚୟନ କର୍ତା ମାନଙ୍କୁ ନିୟୋଜିତ କରିବେ  । ଅଗ୍ନିଶମ ବିଭାଗ ପ୍ରତି ଯୋଗୀ ଏବଂ ଜଳ ମଧ୍ୟରେ ତଦାରଖ କରୁଥିବା ଅଧିକାରୀ ମାନଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇବା ସହ ୬୦ଟି ଲାଇଫ୍ ଜାକେଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରୁରିକାଳୀନ ବିଭାଗ ଠାରୁ ଗ୍ରହଣ  କରି ପ୍ରତି ଯୋଗୀ ଓ ଅଧିକାରୀମାନଙ୍କୁ ବିତରଣ କରିବୋ ବନା ଲାଇଫ ଜାକେଟରେ ପ୍ରତିଯୋଗି କମ୍ବା ଅଧିକାରୀ ମାନେ ଜଳଭଣ୍ଡାରରେ ପ୍ରବେଶ କରିପାରିବେ ନାହିଁ । ଆଗାମୀ ୭ ତାରିଖ ଦିନ ପ୍ରତିଯୋଗିମାନଙ୍କୁ ନେଇ ଏକ ମୋକ ଡ୍ରିଲ କାର୍ଯ୍ୟକ୍ରମ ଜଳଭଣ୍ଡାରରେ ଅନୁଷ୍ଠିତ ହେବ  । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଏହି ପ୍ରତି ଯୋଗିତାକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବୋ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳଭଣ୍ଡାର ଚତୁଃପାଶ୍ୱର ଥିବା ଗ୍ରାମ ଓ ସହର ମଧ୍ୟରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତି ନିଆଗଲା ।