ପିଆଜ ମିଶନ ହୋଇନାହିଁ
ଭୁବନେଶ୍ୱର: ଜାତୀୟ ନମୁନା ସର୍ବେକ୍ଷଣ (ଏନ୍ଏସ୍ଏସ୍)ର ୬୮ତମ ରାଉଣ୍ଡ ଆଧାରରେ ୨୦୨୩-୨୪ ବର୍ଷ ପାଇଁ ଓଡିଶାରେ ବାର୍ଷିକ ହାରାହାରି ୩.୭୫ ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ଅଛି। କିନ୍ତୁ ଏହାଠାରୁ ଢେର୍ ଅଧିକ ତଥା ୪.୨୦ ଲକ୍ଷ ମେଟ୍ରିକ ଟନ ପିଆଜ ଉତ୍ପାଦନ ହୋଇଛି। ଏଣୁ ରାଜ୍ୟରେ ପିଆଜ ମିଶନ ହୋଇନାହିଁ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଉତ୍ତର ରଖିଛନ୍ତି ।