ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆରମ୍ଭ ହେଲା ସର୍ଭେ: ଘର ଘର ବୁଲି କରୁଛନ୍ତି ସର୍ଭେ
ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆରମ୍ଭ ହେଲା ସର୍ଭେ । ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗାଁରେ ଘର ଘର ବୁଲି ସର୍ଭେ ଆରମ୍ଭ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଅର୍ଜୁନସିଂହପୁର ଗାଁରେ ପହଁଚି ସର୍ଭେର ଭାଗ ନେଇଛନ୍ତି । ଲୋକଙ୍କୁ ପଚାରି ସେମାନଙ୍କ ସମସ୍ୟା ବୁଝୁଛନ୍ତି । ସର୍ଭେ ଦେଢରୁ ଦୁଇମାସ ଚାଲିବ । ଏହାପରେ ଲୋକଙ୍କୁ ଆବେଦନ ଅନୁଯାୟୀ ଘର ମିଳିବ । ଏଥିପାଇଁ ପଂଚାୟତିରାଜ ବିଭାଗ ପ୍ରସ୍ତୁତି ଶେଷ କରିଛି । କେନ୍ଦ୍ର ସରକାର ଏହା ଭିତରେ ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବୃଦ୍ଧି କରିଛନ୍ତି। ତେବେ ଓଡ଼ିଶାକୁ କେତେ ଆବାସ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।