ସହିଦଙ୍କ ପାର୍ଥିବ ଶରୀରକୁ କାନ୍ଧରେ ନେଲେ ସାଂସଦ
ଉତ୍ତରପ୍ରଦେଶର ସାମଲି ଜିଲ୍ଲାରେ ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି। ସହିଦ ଇନ୍ସପେକ୍ଟର ସୁନୀଲ କୁମାରଙ୍କ ମେରଠସ୍ଥିତ ତାଙ୍କ ପୈତୃକ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି।ସହିଦଙ୍କ ଅନ୍ତିମ ଯାତ୍ରାରେ ରାମାନନ୍ଦ ସାଗରଙ୍କ ରାମାୟଣରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ତଥା ବିଜେପି ସାଂସଦ ଅରୁଣ ଗୋଭିଲ ସାମିଲ ହୋଇ କାନ୍ଧ ଦେଇଥିଲେ।
ଅରୁଣ ସହିଦ ଇନ୍ସପେକ୍ଟର ସୁନୀଲ କୁମାରଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଏହି ଦୁଃଖଦ ଘଟଣାର କିଛି ଫଟୋ ସେୟାର କରି ଲେଖିଛନ୍ତି, ‘ଜନପଦ ସାମଲିରେ ଅପରାଧୀଙ୍କ ସହିତ ସାହାସର ସହ ଲଢ଼ୁଥିବା ବେଳେ ମେରଠର ମସୁରୀ ଗ୍ରାମର ବାସିନ୍ଦା ଉତ୍ତରପ୍ରଦେଶର ଏସଟିଏଫର ନୀରିକ୍ଷକ ସୁନୀଲ କୁମାର ସହିଦ ହୋଇଛନ୍ତି। ଇଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଦୁଃଖ ସହିବାକୁ ସୁନୀଲଙ୍କ ପରିବାରକୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ। ଜୟ ଶ୍ରୀ ରାମ। ସୁନୀଲ କୁମାର ୧୯୯୦ ମସିହାରେ ଜଣେ କନଷ୍ଟେବଳ ଭାବେ ପିଏସିରେ ସାମିଲ ହୋଇଥିଲେ। ୨୦୦୨ରେ ମୁଖ୍ୟ କନଷ୍ଟେବଳ ଭାବେ ସୁନୀଲଙ୍କ ପଦୋନ୍ନତୀ ହୋଇ ସେ ପ୍ଲାଟୁନ କାମଣ୍ଡର ହୋଇଥିଲେ।