ବଂଶଲ ଏଗ୍ରୋ ମିଲ୍ ଓ ଗୋଦାମକୁ ସିଲ୍ କଲା ପ୍ରଶାସନ
ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁମେରବାହାଲ ନିକଟ ଲକ୍ଷ୍ମୀପୁର ସ୍ଥିତ ବଂଶଲ ଏଗ୍ରୋ ରାଇସ୍ ମିଲ୍ ଓ ଗୋଦାମକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।
ପ୍ରକାଶ ଯେ, ଗତ ୨୦ ତାରିଖରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିଦେ୍ର୍ଦଶକ୍ରମେ ଲକ୍ଷ୍ମୀପୁପୁର ସ୍ଥିତ ବଂଶଲ ଏଗ୍ରୋ ରାଇସ ମିଲରେ ଯୋଗାଣ ବିଭାଗ ଚଢାଉ କରିଥିଲା । ଏହି ମିଲରେ ଷ୍ଟକରୁ ଅଧିକ ଧାନ ଗଚ୍ଛିତ ରଖିଥିବା ଜିଲ୍ଲା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଥିଲା । ବିଳମ୍ବିତ ରାତି ଯାଏଁ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୁ୍ୟମ୍ନ ରାଉତରାୟଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଖଡ଼ିଆଳ ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାଏକଙ୍କ ଉପସ୍ଥିତିରେ ତଦନ୍ତ ହୋଇଥିଲା । ରାଇସ୍ ମିଲ ପରିସରରେ ୭ଟି ଷ୍ଟକ ଓ ୮ଟି ପରବୋଇଲିଂ ଟେଙ୍କ, ଆରଏମସି ଭଡ଼ା ଗୋଦାମର ଗୋଟିଏ ଷ୍ଟକ, ରାଜାପଡ଼ା ଭଡ଼ା ଗୋଦାମର ୨ଟି ଷ୍ଟକରେ ଚଢାଉ କରି ଯାଞ୍ଚ କରିଥିଲେ । ଏଥିରେ ସମ୍ପୃକ୍ତ ରାଇସ ମିଲ ଓ ଗୋଦାମରେ ଭର୍ତ୍ତି ଧାନବସ୍ତାର ଓଜନ ଓ ଗଣତି ହୋଇଥିଲା । ଏହି ମିଲରେ ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଧାନର ଓଜନ ପ୍ରାୟ ୭୧.୬୭କ୍ୱିଣ୍ଟାଲ ଥିଲା । ସେହିପରି ୨.୧୧ କ୍ୱିଣ୍ଟାଲ ଚାଉଲ ଷ୍ଟକ୍ ଠାରୁ ଅଧିକ ବାହ ବାହାରିଥିଲା । ଏହି ଯାଞ୍ଚ ରିପୋର୍ଟ ସିଏସ୍ଓ ଶ୍ରୀ ରାଉତରାୟ ଜିଲ୍ଲାପାଳ ଶ୍ରୀ ଦାଶଙ୍କୁ ଦେଇଥିଲେ । ଏଥିରେ ଧାନ ଓ ଚାଉଳର ଷ୍ଟକ ଗଣତି ସିଟ, ଫିଜିକାଲ ଭେରିଫିକେସନ ଫର୍ମାଟ ଏବଂ ଧାନ