କଂଗ୍ରେସରୁ ପ୍ରାର୍ଥୀ ହେବେ ମୋକିମଙ୍କ ଝିଅ!

ଭୁବନେଶ୍ୱର: ବାରବାଟୀ-କଟକରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିଦେ୍ର୍ଧାସ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି । ଆଇନ ଜାଲରେ ଛନ୍ଦିବା ପରେ ନିର୍ବାଚନ ଲଢିବା ମୋକିମଙ୍କ ପାଇଁ ଆଉ ସମ୍ଭବପର ନୁହେଁ । ତେଣୁ ତାଙ୍କ ଝିଅଙ୍କୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ଏନେଇ ଆଜି ମୋକିମଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୋକିଙ୍କ ସ୍ଥାନରେ ବାରବାଟୀ-କଟକରୁ ତାଙ୍କ ଝିଅ ସୋଫିଆ ଫିଦେ୍ର୍ଧାସଙ୍କୁ ପ୍ରାର୍ଥୀ କରିବା ପାଇଁ ସହମତି ପ୍ରକାଶ ପାଇଥିବା ଜଣାଯାଇଛି । ଏନେଇ ଦଳୀୟ ହାଇକମାଣ୍ଡଙ୍କୁ ଜଣାଇବାକୁ ବୈଠକରେ ସହମତି ହୋଇଥିବା ସୂଚନା ମିଳିଛି ।