ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ: ମନସୁଖ ମାଣ୍ଡଭିୟ

ଭୁବନେଶ୍ବର,: ସଜେଇ ହୋଇଛି ଜନତା ମୈଦାନ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ମହାକୁମ୍ଭ ।  ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇଛି ।  ଏହାକୁ ନେଇ ରାଜଧାନୀରେ ଉତ୍ସବର ମାହୋଲ ଖେଳିଯାଇଛି ।  ୩ଦିନ ଧରି ଚାଲିବ ଏହି ସମ୍ମିଳନୀ ।  ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବୀପ ପ୍ରଜ୍ବଳନ କରି ସମ୍ମିଳନୀର ଶୁଭାକମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଉପସ୍ଥିତ ।
ସମ୍ମିଳନୀ ଶୁଭାରମ୍ଭ  ଅବସରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ। ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ । ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ହେବ । ଦେଶରେ ଏବେ ୨୦ ନାଗରିକରୁ ୧୩ ଜଣ ଯୁବ । ୧ ଲକ୍ଷ ଯୁବନେତୃତ୍ବ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । କୋଭିଡ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବ ନାହିଁ।