ଆଜି ଆସିବେ ରାଷ୍ଟ୍ରପତି



ଭୁବନେଶ୍ୱର :  ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଏଥିପାଇଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି  । ଦୁଇଦିନ ଧରି ରାଷ୍ଟ୍ରପତିଙ୍କର ମାରାଥନ୍ କାର୍ଯ୍ୟକ୍ରମ ଥିବାରୁ ପ୍ରଶାସନ ଚଳଚଞ୍ଚଳ ହୋଇଯାଇଛି  ।
ରାଷ୍ଟ୍ରପତିଙ୍କର ଗସ୍ତସୂଚୀ ଅନୁଯାୟୀ ଆସନ୍ତାକାଲି ସେ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ  । ଏହାସହ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି  । ସେହିପରି ମଙ୍ଗଳବାର ଅର୍ଥାତ୍ ୧୫ ଜୁଲାଇରେ ଶ୍ରୀମତୀ ମୁର୍ମୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ଯୋଗଦାନ କରିବା ସହ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ଶିଳାନ୍ୟାସ କରିବେ  । ଏହାସହ ସେ ଆଦିକବି ସାରଳା ଦାସଙ୍କ ଜନ୍ମ ବାର୍ଷିକୀ ସମାରୋହରେ ଯୋଗଦେଇ କଳିଙ୍ଗ ରନô ପୁରସ୍କାର-୨୦୨୪ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି  । ପୂର୍ବରୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ବସିଥିବା ବେଳେ ଏଥିରେ ସବିଶେଷ ଆଲୋଚନା କରାଯାଇଥିଲା । ବିମାନ ବନ୍ଦର ନିକଟରୁ ରାଷ୍ଟ୍ରପତିଙ୍କୁ ପାଛୋଟି ଆଣିବା ଓ ପ୍ରତ୍ୟାବର୍ତ୍ତନ ସମୟରେ ମେଲାଣି ଦେବା ସହ ରାଜ ଭବନରେ ତାଙ୍କର ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଉତ୍ସବ ସ୍ଥଳରେ ଅଗ୍ନିଶମ ସେବା ବ୍ୟବସ୍ଥା, ସଡ଼କ ପଥରେ ଯାତ୍ରା ସମୟରେ କାର୍କେଡ୍ ପ୍ଲାନ, ଜରୁରୀ କାଳୀନ ଡାକ୍ତରୀ ଓ ସ୍ୱାସ୍ଥ୍ୟ ଯନô ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳକୁ ଯିବା ରାସ୍ତାର ଆବଶ୍ୟକ ମରାମତି ଓ ରକ୍ଷଣା ବେକ୍ଷଣ, ରାସ୍ତାର ପରିସ୍କାର ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଭାବେ ଆଲୋଚନା କରି ଉଚିତ ପଦକ୍ଷେପ ନେବାକୁ ଶ୍ରୀ ଆହୁଜା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପୁଲିସ ଡିଜି ମଧ୍ୟ ସୁରକ୍ଷା ସଂକ୍ରାନ୍ତୀୟ ସମୀକ୍ଷା ବୈଠକ କରିଥିଲେ  ।