ବିପଜ୍ଜନକ ବୋଲର୍ ବୁମ୍ରା: ଗେଲ୍ 

 ନୂଆଦିଲ୍ଲୀ : ଚାଲିଛି ଆଇପିଏଲ୍ । ଏହି ସମୟରେ କେି୍ରସ୍ ଗେଲଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗେଲ ବିଶ୍ୱର ବିସ୍ଫୋରକ ବ୍ୟାଟସମ୍ୟାନ ଭାବେ ପରିଚିତ । ସେ କହିଛନ୍ତି ଭାରତୀୟ ପେସର୍ ଜସପ୍ରୀତ ବୁମରା ସବୁଠାରୁ ବିପଦଜନକ ବୋଲର । ବୁମରା ଆଇପିଏଲରେ ୧୩୪ଟି ମ୍ୟାଚ୍ ଖେଳି ଏପର୍ଯ୍ୟନ୍ତ ୧୬୫ଟି ୱିକେଟ ନେଇଛନ୍ତି । ବୁମରାଙ୍କୁ କେବଳ ଆଇପିଏଲ ନୁହେଁ ବରଂ ବିଶ୍ୱର ସବୁଠାରୁ ବିପଦଜନକ ବୋଲର ଭାବରେ ବିବେଚନା କରାଯାଏ । ଅନ୍ୟପକ୍ଷରେ, ଗେଲ ବିରାଟ କୋହଲିଙ୍କୁ ଆଇପିଏଲର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ବାଛିଛନ୍ତି ଗେଲ୍ । 
କ୍ରିସ ଗେଲ ଆଇପିଏଲରେ ୧୪୨ଟି ମ୍ୟାଚ୍ ଖେଳିଛନ୍ତି । ସେ ୪୯୬୫ ରନ କରିଛନ୍ତି । ଗେଲ ଆଇପିଏଲରେ ୬ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।