ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିଅନ୍ସିପ୍

 କେନ୍ଦୁଝର : କେନ୍ଦୁଝରରେ ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ୍ ଚାମ୍ପିଅନସିପ୍ ମ୍ୟାଚ୍ ଉଦ୍ଘାଟିତ ହୋଇଛି । ଦୀର୍ଘ ୪୫ବର୍ଷ ପରେ କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ଆୟୋଜିତ ଏହି ଜାତୀୟସ୍ତରୀୟ ଚାମ୍ପିଅନସିପ୍କୁ ତେଲକୋଇ ବିଧାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ନାନିତ ଅତିଥି ରୂପେ ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସିନ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଆନନେ୍ଦଶ୍ୱର ପାଣ୍ଡେ ଯୋଗ ଦେଇଥିଲେ । ଏଥିରେ ୨୬ଟି ରାଜ୍ୟର ୫ଶହ ଖେଳାଳି ଯୋଗ ଦେଉଥିବା ବେଳେ ଚାମ୍ପିଅନ୍ସିପ୍ରେ ସମୁଦାୟ ୪୦ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଆସନ୍ତା ୧୨ତାରିଖରେ ଏହି ଜାତୀୟସ୍ତରୀୟ ଚାମ୍ପିଅନସିପ୍ର ଉଦ୍ୟାପନୀ ମ୍ୟାଚ୍ ଅନୁଷ୍ଠିତ ହେବ ।