ଭାରତୀୟଙ୍କ ଉପରେ ଆମେରିକାର କଟକଣା ଜାରି

ଭାରତୀୟଙ୍କ ଉପରେ ଆମେରିକାର କଟକଣା ଜାରି

ଆମେରିକା ସାରା ନକଲି ଫେଣ୍ଟାସିଲ ଯୋଗାଣ ଅଭିଯୋଗରେ ୟୁଏସ୍‌ ଟ୍ରେଜେରିର ଓଏଫ୍‌ଏସି ୨ ଜଣ ଭାରତୀୟ ନାଗରିକଙ୍କ ଉପରେ କଟକଣା ଜାରି କରିଛି। ଏହି ୨ ଜଣ ହେଲେ ସାଦିକ୍‌ ଅବ୍ବାସ ହବିବ ସୟେଦ ଓ ଖିଜାର ମହମ୍ମଦ ଇକ୍‌ବାଲ ଶେଖ। ଉଭୟେ ୨୦୨୪ରେ ଧରାପଡ଼ି ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ୱେ ନାର୍କୋଟିକ୍‌ ଚାଲାଣରେ ଜଡ଼ିତ ରହି ଅନ୍‌ଲାଇନ ଫାର୍ମାସି ଜରିଆରେ ଅପରେଟ୍‌ କରୁଥିଲେ। ଏମାନେ ଡୋମିନିକ୍‌ ସାଧାରଣତନ୍ତ୍ର ଓ ଆମେରିକା ଭିତ୍ତିକ ନାର୍କୋଟିକ୍ସ ଟ୍ରାଫିକରଙ୍କ ସହଯୋଗରେ ରିହାତି ମୂଲ୍ୟରେ ଫେଣ୍ଟାନିଲ ଓ ଅନ୍ୟ ବେଆଇନ ଔଷଧ କାରବାର କରୁଥିଲେ। ଏହାବାଦ୍‌ ଭାରତର ଏକ ଅନ୍‌ଲାଇନ ଫାମାସି କେଏସ୍‌ ଟ୍ରେଡର୍ସର ଭୂମିକା ମଧ୍ୟ ଆପରାଧିକ ଅପରେଶନ୍‌ରେ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି ବୋଲି ସଂସ୍ଥା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଆମେରିକାରେ ୧୮ରୁ ୪୫ ବର୍ଷୀୟ ଅନେକ ଶହ ବ୍ୟକ୍ତିଙ୍କ ମୃତ୍ୟୁର ଅନ୍ୟତମ କାରଣ ହେଉଛି ଓପିଓଇଡ୍‌, ଯାହାକି ଫେଣ୍ଟାନିଲରେ ରହିଥାଏ।