ଯାଆଁଳା ତୋଟା ଓଡିଆ ଅସ୍ମିତାର ବାର୍ତ୍ତାବହ: ସୂର୍ଯ୍ୟବଂଶୀ
ଭୁବନେଶ୍ୱର: କାଳନ୍ଦି ସାମଲଙ୍କ ଯାଆଁଳା ତୋଟା ଓଡିଆ ଅସ୍ମିତାର ବ୍ରାଣ୍ଡ । ବିକଶିତ ଓଡିଶାର ପ୍ରତିଛବି । ନାରୀ ସଶକ୍ତିକରଣର ମଡେଲ ଆତ୍ମନିର୍ଭର ପାଇଁ ଦସ୍ତାବିଜ । ଶାସକ ଓ ନାଗରିକ ମଧ୍ୟରେ ଆତ୍ମୀୟତା । ମା ପାଇଁ ଗଛ ଟିଏ, ଗାଁ ପାଇଁ ପାଣି ଆଣି ଦେବାର ଦୁଇଟି ଝିଅର ସଫଳ କାହାଣୀ । ଗୋଟିଏ ଛୋଟ ଗାଁ ପହଁଚିଛି ବିକାଶର ଶୀର୍ଷରେ । ଜନ ସହଭାଗିତାର ପ୍ରତିଫଳନ । ଓଡିଆ ସଂସ୍କୃତି ଓ ପରମ୍ପରା ପ୍ରତି ଗଭୀର ନିଷ୍ଠା । ଓଡ଼ିଆ ଅସ୍ମିତାକୁ ନେଇ ଅନୁଷ୍ଠିତ ଏକ ଆଲୋଚନା ସଭାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତା କରି ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଆମ ଅସ୍ମିତାର ଦିଅଁ ବଡ ଠାକୁର ଶ୍ରୀ ଜଗନ୍ନାଥ, ବଳଭଦ୍ର ଭଉଣୀ ସୁଭଦ୍ରା । ଓଡ଼ିଆଙ୍କ ସବୁ ନବଜାତକଙ୍କ ଜାତକରେ ବଡ ଦେଉଳର ଦିଅଁଙ୍କ ମୂଖ୍ୟସେବକ ଗଜପତି ମହାରାଜଙ୍କ ନାମ ଲିପିବଦ୍ଧ ହୁଏ । ଏହା ଆମର ଅସ୍ମିତା । ଠିକ୍ ଯାଆଁଳା ତୋଟା ନିର୍ମାଣ ଏବଂ ତତ୍ସହିତ ପୋଖରୀ ଖୋଳା କାର୍ଯ୍ୟକ୍ରମ ଆଗରୁ ଏପରି ପରିକଳ୍ପନାକୁ ବଡ ଠାକୁରଙ୍କୁ ସମର୍ପଣ କରି କାର୍ଯ୍ୟସିଦ୍ଧି ପାଇଁ ଅଗ୍ରସର ହେବା ଯାଆଁଳା ତୋଟାର ମୁଖ୍ୟ ଚରିତ୍ର ରଶ୍ମୀରେଖା ଏବଂ ଦିପ୍ତିରେଖା ଅସ୍ମୀତାର ସଂସ୍କାର ପାଇଥିଲେ ପିଲାଦିନୁ ମା’ ଦମୟନ୍ତୀ ଦେବୀଙ୍କ କାର୍ଯ୍ୟଧାରା ଏବଂ ପରିବାର ପରିଚାଳନାରୁ । ଓଡ଼ିଆଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ବଡ ଦେଉଳର ବଡ ଠାକୁରଙ୍କୁ ନିମନ୍ତ୍ରଣ ଦିଆଯାଇଥାଏ । ଯେପରି ଯାଆଁଳା ତୋଟାର ଚରିତ୍ରମାନଙ୍କ ପରି ଗ୍ରାମ୍ୟ ଅର୍ଥନୀତିର ସୁଦୃଢ ଅଂଶ ସ୍ୱରୂପ ରାଧାବଲ୍ଲଭପୁରର ବ୍ୟବସାୟୀମାନେ ଦେଶବିଦେଶକୁ ଯାଇ ବେପାର ବାଣିଜ୍ୟ କରୁଛନ୍ତି ରଶ୍ମୀ ଓ ଦୀପା ଆବର୍ତ୍ତମାନରେ ସେପରି ଦିନ ଥିଲା ଓଡିଶାର ନୌବାଣିଜ୍ୟ ପରମ୍ପରାରେ ସାଧବ ପୁଅମାନେ ଦେଶବିଦେଶକୁ ଆମ ଉତ୍ପାଦିତ ଦ୍ରବ୍ୟକୁ ଦେଶବିଦେଶକୁ ନେଇ ବେପାର ବାଣିଜ୍ୟ କରିବା । ଏହାସହ ଆମ ସଂସ୍କୃତିକୁ ମଧ୍ୟ ଦେଶ ଦୁନିଆରେ ପ୍ରଦର୍ଶିତ କରୁଥିଲେ ଯାହାର ସ୍ମୃତିରେ କେଉଁ କାଳରୁ ରହିଆସିଛି କଟକର ବାଲିଯାତ୍ରା । ଏହା ତ ଓଡିଆ ଅସ୍ମିତା ।
ସାରା ଦିନ ଅନୁଷ୍ଠିତ ଆଲୋଚନା ସଭାରେ ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା, ପ୍ରଫେସର ବସନ୍ତ ପଣ୍ଡା, ସାଂସଦ ରବି ନାରାୟଣ ବେହେରା, ସମାଜସେବୀ ସମୀର ମହାନ୍ତି, ସଜ୍ଜନ ଶର୍ମା, ପଂଚାନନ ନାୟକ, ସୁରଥ ବିଶ୍ୱାଳ, ଅନୁଷ୍ଠାନ ସଂପାଦକ ଅଜିତ ଦାସ, ଡ. ସଂଘମିତ୍ରା ମହାପାତ୍ର ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର ଦଶ ଜଣ ଗବଷେକ ବିଭିନ୍ନ ଦିଗରୁ ଯାଆଁଳା ତୋଟାକୁ ନେଇ ଆଲୋଚନା କରିଥିଲେ ।