ରଜତ ପଟିଦାର ସମ୍ଭାଳିବେ ଆରସିବି ଟିମ୍

ରଜତ ପଟିଦାର ସମ୍ଭାଳିବେ ଆରସିବି ଟିମ୍

 ଆଇପିଏଲ ୨୦୨୫ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ତାର ଟିମରେ କିଛି ପରିବର୍ତ୍ତନ କରିଛି । ପ୍ରଥମ ବଦଳ ଭାବେ ଟିମର ଅଧିନାୟକ ପଦ ସମ୍ଭାଳୁଥିବା ବିରାଟ କୋହଲିଙ୍କୁ ବଦଳାଇ ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ଦଳ ଅଧିନାୟକ ପଦ ଦେଇଛି । ଏହି ପଦ ପାଇଁ ସବୁଠାରୁ ଆଗରେ ବିରାଟ କୋହଲିଙ୍କ ନାମ ରହିଥିଲା । ବିରାଟ କୋହଲି ୨୦୧୩ ରୁ ୨୦୨୩ ପର୍ଯ୍ୟନ୍ତ ଆରସିବିର ଅଧିନାୟକ ପଦରେ ଥିଲେ । ରଜତ ପଟିଦାର ୨୦୨୧ ରେ ଆରସିବି ଟିମରେ ସାମିଲ ହୋଇଥିଲେ । ୩୧ ବର୍ଷିୟ ରଜତ ୨୦୨୪-୨୫ ବର୍ଷରେ ମଧ୍ୟପ୍ରଦେଶ ବିଜୟ ହଜାରେ ଟ୍ରଫି ପାଇଁ ନିଜ ରାଜ୍ୟ ମଧ୍ୟପ୍ରଦେଶ ଟିମର କ୍ୟାପଟେନ୍ ଥିଲେ । 

ରଜତ ପଟିଦାର ଆରସିବିର ୮ମ କ୍ୟାପଟେନ ଭାବେ ପଦ ସମ୍ଭାଳିବାକୁ ଯାଉଛନ୍ତି । ଏହା ପୂର୍ବରୁ ରାହୁଲ ଦ୍ରାବିଡ, କେଭିନ୍ ପିଟରସନ୍, ଅନିଲ କୁମ୍ବଲେ, ଡାନିଏଲ ବେଟୋରୀ, ବିରାଟ କେହଲି, ଶେନ୍ ୱାଟସନ, ଓ ଫାଫ ଡୁ ପ୍ଲେସିସ ଅଧିନାୟକ ପଦ ସମ୍ଭାଳିଛନ୍ତି ।