ରୋହିତ୍‌ ଶର୍ମା ଛାଡ଼ିବେ ଦିନିକିଆ ଅଧିନାୟତ୍ବ !

ରୋହିତ୍‌ ଶର୍ମା ଛାଡ଼ିବେ ଦିନିକିଆ ଅଧିନାୟତ୍ବ !

ଦିନିକିଆ ଅଧିନାୟତ୍ବ ଛାଡ଼ିବେ ରୋହିତ୍‌ ଶର୍ମା! ଶ୍ରେୟାସଙ୍କ ହାତରେ ରହିପାରେ ମଙ୍ଗ । ଟିଟ୍ବେଣ୍ଟି ଓ ଟେଷ୍ଟ କ୍ରିକେଟକୁ ଅଲବିଦା କହି ସାରିଥିବା ରୋହିତ୍ ଶର୍ମାଙ୍କୁ ଦିନିକିଆ ଅଧିନାୟକତ୍ବ ପଦରୁ ମୁକ୍ତ କରିବାକୁ ଯୋଜନା କରୁଛି ବିସିସିଆଇ । ରୋହିତ୍‌ଙ୍କ ସ୍ଥାନରେ ଶ୍ରେୟାସ ଆୟର୍‌ଙ୍କୁ ମିଳିପାରେ ନିଯୁକ୍ତି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ରହିନଥିବା ବେଳେ ଆସନ୍ତା ଏସିଆ କପ୍‌ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ଆସନ୍ତା ସେପ୍ଟମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଏସିଆ କପ୍‌ ଖେଳାଯିବ । ଆଗାମୀ ବିଶ୍ବକପ୍‌ ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରିବା ପାଇଁ ବର୍ତ୍ତମାନଠାରୁ ଚିନ୍ତା କରୁଛି ବିସିସିଆଇ । ୨୦୨୭ ବିଶ୍ବକପ୍‌ ସମୟରେ ରୋହିତ ଶର୍ମାଙ୍କୁ ୩୯ ବର୍ଷ ହୋଇସାରିଥିବା । ତେଣୁ ତାଙ୍କ ସ୍ଥାନରେ ଶ୍ରେୟାସଙ୍କ ଭଳି ଯୁବ ତଥା ଅଭିଜ୍ଞ ଅଧିନାୟକଙ୍କୁ ନିଯୁକ୍ତି ଦେଇପାରେ ବିସିସିଆଇ । ଆୟାର ଗତ ଚାମ୍ପିଅନସ ଟ୍ରଫିରେ ଭାରତ ଟପ୍‌ ରନ୍‌ ସ୍କୋରର ଥିଲେ । ସେ ୫ ଟି ମ୍ୟାଚରୁ ୨୪୩ ରନ୍ ସଂଗ୍ରହ କରିଥିଲେ । ସେହିପରି ଆଇପିଏଲରେ ତାଙ୍କର ଅଧିନାୟତ୍ବରେକୋଲକାତା ନାଇଟ୍ ରାଇଡର୍ସକୁ ଟ୍ରଫି ଜିତାଇଛନ୍ତି । ପଞ୍ଜାବ କିଙ୍ଗସକୁ ମଧ୍ୟ ଚଳିତ ଆଇପିଏଲ୍‌ରେ ଫାଇନାଲରେ ପହଞ୍ଚାଇଥିଲେ ଆୟର୍‌ ।