ରାଜୀବ ଶୁକ୍ଳା ବିସିସିଆଇର ଅନ୍ତରୀଣ ଅଧ୍ୟକ୍ଷ

 ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅନ୍ତରୀଣ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି ରାଜୀବ ଶୁକ୍ଳା । ବର୍ତ୍ତମାନ ସେ ବିସିସିଆଇର ଉପାଧ୍ୟକ୍ଷ ପଦରେ ଥିବା ବେଳେ ଆସନ୍ତା ୩ ମାସ ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବାକୁ ପଡ଼ିବ । ବିସିସିଆଇ ଅଧ୍ୟକ୍ଷ ଥିବା ରୋଜର ବିନିଙ୍କୁ ୧୯ ଜୁଲାଇ ସୁଦ୍ଧା ୭୦ ବର୍ଷ ହେବାକୁ ଯାଉଥିବାରୁ ତାଙ୍କୁ ଏହି ପଦରୁ ଅବ୍ୟାହତି ଦେବା ସହ ଶୁକ୍ଳାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।  ଅର୍ଥାତ ନୂତନ ସଭାପତି ଘୋଷଣା ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ଏହି ପଦବୀରେ ରହିବେ । ପୂର୍ବତନ ସାମ୍ବାଦିକ ଏବଂ ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଳା ଜୁଲାଇରୁ କାର୍ଯ୍ୟକାରୀ ସଭାପତି ମଧ୍ୟ ରହିବେ ।