କୁମ୍ଭମେଳାରେ ‘ଭୀଷ୍ମ କୁ୍ୟବ୍’ ନିୟୋଜିତ   

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶ ସରକାର ପ୍ରୟାଗରାଜରେ ୨୦୨୫ ମହାକୁମ୍ଭକୁ ଏକ ଭବ୍ୟ, ସୁରକ୍ଷିତ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ସମୃଦ୍ଧ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ସାରା ବିଶ୍ୱରୁ ୪୦ କୋଟିରୁ ଅଧିକ ଭକ୍ତଙ୍କ ଆଗମନ ହେବା ନେଇ ଆଶା କରାଯାଉଥିବା ଏହି ୪୫ଦିନିଆ ଉସôବ ଜାନୁଆରୀ ୧୩ରୁ ଫେବୃଆରୀ ୨୬ପର୍ଯ୍ୟନ୍ତ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ପ୍ରଦର୍ଶିତ କରିବ । କୁମ୍ଭମେଳା ପାଇଁ ୯୨ଟି ରାସ୍ତାର ନବୀକରଣ ଏବଂ ୧୭ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯାଇଛି । ସେହିପରି ୩,୩୦୮ଟି ପୌଣ୍ଟୁନ୍ ଉପଯୋଗ କରି ୩୦ଟି ସେତୁ ନିର୍ମାଣ କରାଯାଉଥିବା ବେଳେ ଏଥିମଧ୍ୟରୁ ୨୮ଟି ଶେଷ ହୋଇସାରିଛି । ୮୦୦ ବହୁ ଭାଷୀ ସାଇନେଜ୍ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏଥିମଧ୍ୟରୁ ୪୦୦ ସଂଯୋଗ କରାଯାଇଛି । ମେଳା ସ୍ଥାନରେ ୨,୬୯,୦୦୦ ପ୍ଲେଟ୍ ବିଛାଯାଇଛି । କୁମ୍ଭ ମେଳା ପାଇଁ ଅସ୍ଥାୟୀ ସହର ମହାକୁମ୍ଭ ନଗର ପ୍ରତିଷ୍ଠା କରାଯାଉଛି । ମହାକୁମ୍ଭ ନଗରକୁ ହଜାର ହଜାର ତମ୍ବୁ ଏବଂ ଆଶ୍ରୟସ୍ଥଳ ସହିତ ଏକ ଅସ୍ଥାୟୀ ସହରରେ ରୂପାନ୍ତରିତ କରାଯାଉଛି । କୁମ୍ଭ ମେଳାର ପ୍ରମୁଖ ସ୍ଥାନରେ ୩୪୦ରୁ ଅଧିକ ବିଶେଷଜ୍ଞଙ୍କ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଭିଡ଼ ଉପରେ ନଜର ରଖାଯିବ । ଆକାଶ ମାର୍ଗରୁ ନଜର ରଖିବା ପାଇଁ ହଜାର ହଜାର ସିସିଟିଭି କ୍ୟାମେରା ଏବଂ ଡ୍ରୋନ୍ ମୁତୟନ କରାଯିବ । ୩୫ ମିଟର ଉଚ୍ଚତା ବିଶିଷ୍ଟ, ୩୦ ମିଟର ଓସାର ବିଶିଷ୍ଟ ଅଗ୍ନି ନିର୍ବାପକ କ୍ଷମତା ସମ୍ପନ୍ନ ଚାରୋଟି ଆର୍ଟିକୁଲେଟିଂ ୱାଟର ଟାୱାରକୁ ନିୟୋଜିତ କରାଯାଇଛି । ଅଗ୍ନି ନିରାପତ୍ତା ବିଭିନ୍ନ ପଦକ୍ଷେପ ପାଇଁ ୧୩୧ କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରାଯାଇଛି ।  ୫୬ଜଣ ସାଇବର ବିଶେଷଜ୍ଞଙ୍କ ଏକ ଦଳ ଅନଲାଇନ ବିପଦ ଉପରେ ନଜର ରଖିବେ । ସମସ୍ତ ପୁଲିସ ଷ୍ଟେସନରେ ସାଇବର ହେଲ୍ପ ଡେସ୍କ ସ୍ଥାପନ କରାଯାଉଛି । ବାସ୍ତବ ସମୟରେ ନଜର ରଖିବା ପାଇଁ ଏଆଇ କ୍ଷମତା ବିଶିଷ୍ଟ ୨୭୦୦ କ୍ୟାମେରା ନିୟୋଜିତ କରାଯାଇଛି । ପାଣିତଳେ ନିୟୋଜିତ ହେବାକୁ ଥିବା ଡ୍ରୋନ୍ ୧୦୦ ମିଟର ପର୍ଯ୍ୟନ୍ତ ଗଭୀର ସ୍ଥାନକୁ ଅନୁଧ୍ୟାନ କରିପାରିବ । ୫୦ ହଜାରରୁ ଅଧିକ ଅର୍ଦ୍ଧସାମରିକ ବଳ ମେଳା ସ୍ଥଳରେ ନିୟୋଜିତ ରହିବେ । ଅସ୍ତ୍ରପଚାର ଏବଂ ନିଦାନ ସୁବିଧା ସହିତ ସଜ୍ଜିତ ଅସ୍ଥାୟୀ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି । ‘ଭୀଷ୍ମ କୁ୍ୟବ୍’କୁ ନିୟୋଜିତ କରାଯାଇଛି ଯାହା ଏକକାଳୀନ ୨୦୦ ଲୋକଙ୍କୁ ଚିକିସôା କରିବାରେ ସକ୍ଷମ ।