ରାସ୍ତାରୁ ହଟିବେ ବୁଲା କୁକୁର ଓ ଗାଇଗୋରୁ
ନୂଆଦିଲ୍ଲୀ : ବୁଲା କୁକୁର ଏବଂ ଗାଈଗୋରୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ରାୟ । ଶିକ୍ଷାଅନୁଷ୍ଠାନ, ହସ୍ପିଟାଲ ଏବଂ ସ୍କୁଲରୁ ହଟିବେ ବୁଲା କୁକୁର ଏବଂ ଗାଈଗୋରୁ ହଟାଇବାକୁ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏନେଇ ସରକାର ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟର ନିର୍ଦ୍ଦେଶ କ୍ରମେ, ସ୍କୁଲ କ୍ୟାମ୍ପସଗୁଡ଼ିକୁ ବୁଲା କୁକୁରମାନଙ୍କୁ ପ୍ରବେଶ କରିବାରୁ ରୋକିବା ପାଇଁ ବାଡ଼ ଦିଆଯିବ । ଯେଉଁ ଜାଗାରୁ ବୁଲା ପଶୁଙ୍କୁ ଧରାଯାଇଥିବ ସେଠାରେ ପୁନର୍ବାର ଛଡାଯିବ ନାହିଁ । କୋର୍ଟ ରାଜ୍ୟ ଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଏହି ନିର୍ଦ୍ଦେଶ ଗୁଡ଼ିକୁ କାର୍ଯ୍ୟକାରୀକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟଗୁଡ଼ିକ ତିନି ସପ୍ତାହ ମଧ୍ୟରେ କୋର୍ଟରେ ଏନେଇ ଏକ ରିପୋର୍ଟ ଦାଖଲ କରିବେ ।
ସୂଚନାଯୋଗ୍ୟ, କିଛି ମାସ ତଳେ ଦିଲ୍ଲୀରେ ବୁଲା କୁକୁରଙ୍କୁ ନେଇ ଏକ ମାମଲା ସୁପ୍ରିମକୋର୍ଟରେ ପହଁଚିଥିଲା । ଯାହାକୁ ଅନେକ ପଶୁପ୍ରେମୀ ବିରୋଧ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ରାସ୍ତା କଡରୁ ବୁଲା ଗାଈଗୋରୁ ଏବଂ କୁକୁର ହଟିବେ । ଯାହା ଦ୍ୱାରା ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ ।