ରାହୁଲଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ତାଗିଦ : ‘ସେନାକୁ ଅସମ୍ମାନ କରନି’
ନୂଆଦିଲ୍ଲୀ: ଭାରତ ଯୋଡ଼ା କାର୍ଯ୍ୟକ୍ରମରେ ସେନା ବିରୋଧୀ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ‘ଅନୁଚ୍ଛେଦ ୧୯ (୧)(ଏ) ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକଙ୍କ ବାକ୍ ସ୍ୱାଧୀନତା ଅଧିକାର ରହିଛି ଏହା ନିଃସନେ୍ଦହ । କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାରଣ ପାଇଁ ଏହି ସ୍ୱାଧୀନତା ଉପରେ ରୋକ ଲଗାଯାଇଛି ଏବଂ ଏହା କଦାଚିତ୍ ସେନାକୁ ଅସମ୍ମାନ କରିବା ଅନ୍ତର୍ଭୁକ୍ତ ନ ହେବା ଉଚିତ’ ବୋଲି କୋର୍ଟ କହିଛନ୍ତି । ୨୦୨୨ରେ ରାଜସ୍ଥାନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଥିଲେ ଯେ, ସାମ୍ବାଦିକମାନେ କେବଳ ତାଙ୍କୁ ସବୁଠି ତାଙ୍କୁ ଭାରତ ଯୋଡ଼ା ଯାତ୍ରା ବିଷୟରେ ପଚାରୁଛନ୍ତି, କିନ୍ତୁ ଅରୁଣାଚଳ ପ୍ରଦେଶରେ ଚୀନ୍ ସେନା ଭାରତର ୨୦ହଜାର ବର୍ଗ କିଲୋମିଟରକୁ କବ୍ଜା କରିବା ସହ ଭାରତୀୟ ସେନାକୁ ମାଡ଼ ମାରିଥିଲେ । ଫଳରେ ୨୦ ଭାରତୀୟ ସୈନିକଙ୍କ ମୃତୁ୍ୟ ହୋଇଥିଲା । ଏ ବିଷୟରେ ସାମ୍ବାଦିକମାନେ ଆଦୌ ପ୍ରଶ୍ନ କରୁନାହାନ୍ତି ବୋଲି କହି ଅସମ୍ମାନଜନକ ସୂଚନା ଦେଇଥିଲେ । ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଉତ୍ତରପ୍ରଦେଶ ହାଇକୋର୍ଟରେ ବର୍ଡର୍ ରୋଡ୍ ଅର୍ଗାନାଇଜେସନ୍ (ବିଆର୍ଓ) ନିଦେ୍ର୍ଦଶକ ଉଦୟ ଶଙ୍କର ଶ୍ରୀବାସ୍ତବ ମାନହାନି ମୋକଦ୍ଦମା ରୁଜୁ କରିଥିଳେ । ଏହି ମୋକଦ୍ଦମାର ଶୁଣାଣି କରି କୋର୍ଟ ତାଙ୍କୁ ସମନ କରିବା ସହ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।