‘କବଚ’ ପାଇଁ ୩୨୪କୋଟି
କୋଲକାତା : ଦକ୍ଷିଣ ପୂର୍ବ ରେଳପଥ (ଏସ୍ଇଆର) ସେବା ସୁରକ୍ଷା ବୃଦ୍ଧି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ରେଳବିଭାଗ । ଏଥିପାଇଁ ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ‘କବଚ’ ସିଷ୍ଟମ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଆଜି ଏହି ‘କବଚ’ ପାଇଁ ୩୨୪.୫୪ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଛି । ରେଳ ନେଟୱାର୍କରେ ଅତିରିକ୍ତ ସୁରକ୍ଷାକୁ ଆହୁରି ସୁଦୃଢ଼ ଓ ସୁଗମ କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ।
ଦୁର୍ଘଟଣା ବିରୋଧୀ ଏହି କବଚ ସିଷ୍ଟମ୍ ଟେକ୍ନୋଲୋଜିକୁ ବିଭିନ୍ନ ରୁଟ୍ରେ ୫୨୫ କିମି ପର୍ଯ୍ୟନ୍ତ ଏବଂ ୧୩୬ ଲୋକେମୋଟିଭ୍ ଇଞ୍ଜିନ୍ରେ ବ୍ୟବହାର କରାଯିବ । ଏହି ଟେକ୍ନୋଲୋଜି ଜରିଆରେ, ସମ୍ପୂର୍ଣ୍ଣ ଦକ୍ଷିଣପୂର୍ବ ରେଳପଥ ଅଞ୍ଚଳରେ ଶତ ପ୍ରତିଶତ କବଚ ସିଷ୍ଟମ୍ ଲଗାଇବା, ରେଳ ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ସହିତ ସିଗ୍ନାଲ ଉଲ୍ଲଂଘନକୁ ସୁରକ୍ଷା ଦେବା ଏବଂ ଶୂନ୍ୟ ଦୁର୍ଘଟଣାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।