ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡରେ ସମ୍ମାନିତ ହେବେ ସଚ୍ଚିନ୍ 

 ମୁମ୍ବାଇ : ବଡ଼ ସମ୍ମାନରେ ସମ୍ମାନିତ ହେବେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର । ପୂର୍ବତନ କ୍ରିକେଟର୍ ସଚିନଙ୍କୁ ବିସିସିଆଇ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିବ । ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ନିଜର ବାର୍ଷିକ ସମାରୋହରେ ଏହି ଆୱାର୍ଡ ପ୍ରଦାନ କରିବ । ତେବେ ସଚ୍ଚିନ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ଖେଳାଳି ଅଟନ୍ତି ।  ଟେଷ୍ଟ ଓ ଏକଦିବସୀୟ ଫର୍ମାଟରେ ନିଜ ନାମରେ ଅନେକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସଚିନ ଏକଦିବସୀୟ ମ୍ୟାଚ୍ରେ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସହିତ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସହିତ ୧୫,୯୨୧ ରନ୍ କରିଛନ୍ତି । ୫୧ ବର୍ଷୀୟ ସଚ୍ଚିନ ଭାରତ ପାଇଁ ୬୬୪ଟି ମ୍ୟାଚ୍ ଖେଳି ୩୪,୩୫୭ ରନ କରିଥିଲେ । ଏଥିରେ ୧୦୦ଟି ଶତକ ଏବଂ ୧୬୪ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ।