ଶିଶୁ ସୁରକ୍ଷା ଆଇନ ଶିବିର

 ବଲାଙ୍ଗୀର: ଆଗଲପୁର ବ୍ଲକର ମିଶନ ଶକ୍ତି ସଭାଗୃହଠାରେ ବ୍ଲକ୍ସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ, ଶିଶୁ ଯନô ଆଧାରିତ ସଚେତନତା କର୍ମଶାଳା ବ୍ଲକ୍ର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ସିଡିପିଓ କହିଲେ ମା’ ଗର୍ଭରୁ ଆରମ୍ଭ କରି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁର ବିକାଶ, ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ  ବିଭିନ୍ନ ପ୍ରକାର ଯୋଜନା କରାଯାଇଛି ବୋଲି କହିଥିଲେ  । ସେହିପରି ପୋଷ୍ୟ ସନ୍ତାନ ଗ୍ରହଣରେ ଆଇନଗତ ବିଧି ବ୍ୟବସ୍ଥା ଉପରେ ଜଣାଇଥିଲେ  । ଏହି କର୍ମଶାଳାରେ ଅରୁଣ କୁମାର ଖୁଅସ୍ ଆଇନ୍ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତ୍ୟାଶୀ ପୋଷ୍ୟ ସନ୍ତାନ ଗ୍ରହଣକାରୀଙ୍କ ଯୋଗ୍ୟତା, ପୋଷ୍ୟ ସନ୍ତାନ ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ଆବେଦନ ତଥା ପ୍ରତିପାଳନ ଯନô ବ୍ୟବସ୍ଥାରୁ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ଉପରେ ତାଲିମ ପ୍ରଦାନ କରିଥିଲେ । କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନ କରିଥିଲେ  । କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ଜିଲ୍ଲା ସଂଯୋଜକ ବିକ୍ରମ ପଣ୍ଡା, ଆଇସିଡିଏସର ସୁପରଭାଇଜର ଡୁଲାରି ଧାରୁଆ, ପ୍ରଫୁଲ୍ଲ କୁମାର ଦୋରା, ପଦ୍ମିନୀ ପାତ୍ର ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିବା ସହ ବିଭାଗର ସୁପର ଭାଇଜର୍ ଅନୁପମ ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।