ବନ ମହୋତ୍ସବ
ବଲାଙ୍ଗିର : ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁବ ରେଡ୍କ୍ରସ ଆନୁକୂଲ୍ୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ ମାର୍ଗ ଦର୍ଶନରେ ଓ ଯୁବ ରେଡ୍କ୍ରସ କାଉନସିଲର ଡ. ଦୈତାରୀ ପୂଜାରୀଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀ କଲେଜରେ ବୃକ୍ଷରୋପଣ କରିଥିଲେ । ବଲାଙ୍ଗିର ବନ ବିଭାଗରୁ ୫୦୦ ବୃକ୍ଷ ଯୋଗାଇ ଦିଆଯାଇଥିଲା । ବୃକ୍ଷରୋପଣ ପରେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ବୃକ୍ଷର ଯତ୍ନ ନେବା ସକାଶେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ/ଅଧ୍ୟାପିକା ପଦ୍ମାଳୟା ତ୍ରିପାଠି, ଚାରୁଲତା ମିଶ୍ର, ସୁଦାମ ଚରଣ ଖମାରୀ, ପ୍ରକୃତିବନ୍ଧୁ ଡ. ପବିତ୍ର ଦଣ୍ଡସେନା, ରାଧାକାନ୍ତ ସାହୁ, ପ୍ରମାନନ୍ଦ ବିଶି, ଦୁର୍ବାଦଳ ମିଶ୍ର, ଦିଗାମ୍ବର ପାଣ୍ଡେ, ଦୁଃଖିଶ୍ୟାମ ବାଗ ସମେତ କଲେଜର ସ୍ୱେଚ୍ଛାସେବୀ ରୁଦ୍ର, କୈଳାସ, ସାହିଲ, ପ୍ରିତମ, ଜବା, ସୁନିତା, ମାନିନି, ନିକିତା, ଝରଣା, ସଙ୍ଗିତା, ଲିଜା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।