ସୁଖଦୁଃଖର ପରିଭାଷା

ଘଟଣା ତ ସ୍ୱାଭାବିକ ଘଟେ ସମସ୍ତଙ୍କ ଜୀବନରେ । ଆମର ଦୃଷ୍ଟିଭଙ୍ଗୀ ତଥା ଭାବନା ଅନୁସାରେ ଏହା ବିଭିନ୍ନ  ପ୍ରତିକ୍ରିୟା ସୃଷ୍ଟିକରେ । ଆମ ଚିନ୍ତା ଓ ଚେତନାକୁ ପ୍ରଭାବିତ କରି ସୁଖ ଓ ଦୁଃଖର କାରଣ ହୁଏ । ତେବେ ଏହି ତେଲ ଲୁଣର ସଂସାର ଭିତରେ ସୁଖ- ଦୁଃଖର ପରିଭାଷା କୁ ବୁଝିବା ବଡ଼ ବିଚିତ୍ର । ସମାନ ଘଟଣା ପାଇଁ ଜଣେ ଦୁଃଖରେ ଭାଙ୍ଗିପଡୁଥିବା ବେଳେ ଅନ୍ୟଜଣେ ତାକୁ ନେଇ ପୁଲକିତ ହୋଇଉଠେ । ଆମ ଦୃଷ୍ଟିଭଙ୍ଗୀ ଏତେ ଅଜବ ଯେ ଆମ ପାଖରେ ଥିବା ସୁନାର ମୂଲ୍ୟ ଆମେ ବୁଝିପାରନ୍ତିନାହିଁ, ଅନ୍ୟର ବେଙ୍ଗୀ ପିତଳ ଦେଖି ଆମ ସୁନା ଠୁ ଆହୁରି ମୂଲ୍ୟବାନ ବୋଲି ଭାବନ୍ତି । ଅନ୍ୟର ଖୁସି କୁ ଆମେ ସମୂଦ୍ର ସହ ତୁଳନା କରୁଥିବା ବେଳେ ନିଜର ଖୁସିକୁ କୁଳୁକୁଞ୍ଚା ପାଣି ବୋଲି ଭାବନ୍ତି । ଅପରପକ୍ଷରେ ଅନ୍ୟର ଦୁଃଖ ଆମକୁ ଟେକା ଖଣ୍ଡେ ଭଳି ଦେଖାଯାଉଥିବା ବେଳେ ନିଜର ଦୁଃଖ ପାହାଡ଼ଟେ ଭଳି ପ୍ରତୀୟମାନ ହୁଏ ।
ଅନ୍ୟର ଦୁଃଖ ଦେଖି ଆମେ ନିଜର  ଦୁଃଖ ଭୁଲିପାରୁନାହାନ୍ତି ଅଥଚ ଆମେ ଅନ୍ୟର ଖୁସି ଦେଖି ନିଜ ଭିତରେ ଥିବା ଖୁସିକୁ ହଜେଇ ଦେଉଛନ୍ତି  । ଯଦିଓ ସୁଖରେ ବଞ୍ଚିବା ମଣିଷ ଜୀବନର ପରମ ଓ ଚରମ ଅଭିଳାଷ  । ତଥାପି ଏହାର ପ୍ରକୃତ ପରିଭାଷା କୁ ବୁଝିବାରେ ଅମେ ଅସମର୍ଥ ଅଥବା ଏଥିପାଇଁ ଆମ ପାଖରେ ଧର୍ଯ୍ୟର ଘୋର ଅଭାବ । ବିଜ୍ଞାନର ଉକୃଷ୍ଟ ଉଦ୍ଭାବନ ମଣିଷକୁ ସୁଖି କରିବାକୁ ସମର୍ଥ ହେଇପାରୁନି  । ସବୁ ସୌଖିନ ସାମଗ୍ରୀ ବ୍ୟବହାର କରିବା ପରେବି ମଣିଷ ଅସମୟରେ ଦୁଃଖରେ ହତାସ ହେଉଛି  । ପୁରି, ପଲଉ ରେ କାହାର ମନ ବୁଝୁନିତ କିଏ ପଖାଳ ମୁଠେ ପାଇଗଲେ ଆତ୍ମହରା ହେଇଛି । କିଏ ପେଟ ପୂରେଇବା ପାଇଁ ଦୌଡୁଛି ତ କିଏ ପେଟ କମେଇବା ପାଇଁ ଦୌଡୁଛି । ଏମିତି ସୁଖ ଦୁଃଖକୁ ନେଇକି ସମୟ ଗଡି·ଲିଛି ।
ଶଙ୍କର ଓ ସନାତନ ଦୁଇ ବାଲ୍ୟ ବନ୍ଧୁ । ଦୁଇଜଣ ଗୋଟାଏ ସ୍କୁଲରେ ପାଠ ପଢୁଥିଲେ । ପରିବାରର ଆର୍ଥିକ ଦୁଃସ୍ଥିତି ପାଇଁ ମାଇନରରୁ ଶଙ୍କରର ପାଠ ପଢ଼ାରେ ଡୋର ଲାଗିଲା । ପଢ଼ା ଛାଡ଼ି ଶଙ୍କର ବାପାଙ୍କୁ ·ଷବାସରେ ସହଯୋଗ କଲା । ସନାତନ ଅଧିକ ପାଠ ପଢ଼ିଲା ସହରରେ ·କିରି କଲା । ଏହାରି ଭିତରେ ଉଭୟ ସଂସାର ବସେଇସାରିଲେଣି । ସନାତନ ସବୁବେଳେ ଭାବେ ଶଙ୍କର ଗାଁରେ ଅଛି ଖୁବ୍ ଖୁସିରେ ଅଛି । ଜମି ଦି’ଏକର ଘେରେଇ ଭଳିକି ଭଳି ·ଷ କରୁଛି । ପୋଖରୀ ମାଛ ଛାଡ଼ିଛି  । ପିଲାକୁ ସରକାରୀ ସ୍କୁଲରେ ପାଠ ପଢ଼ଉଛି । ଇଚ୍ଛା ହେଲେ ଜମି ଆଡ଼ୁ ଘେରାଏ ବୁଲିଆସୁଛି ନହେଲେ ଗାଁ ଖଟି ରେ ତାସ ପକାଉଛି । ପରିବାରକୁ ସମୟ ଦେଉଛି, କେତେ ସୁଖରେ ଅଛି । ଅଧିକ ପାଠ ପଢ଼ି ଲାଭ ବା କଣ ? ଅଫିସ୍ ରେ ବସଙ୍କ ତାଗିଦ୍, ଜୁନିଅରଙ୍କ ଖାମ ଖିଆଲି ପଣ । ସବୁ କଥାରେ କୈଫିୟତ ଦେବାକୁ ପଡୁଛି । ପରିବାରକୁ ଟିକେ ସମୟ ଦେଇପାରୁନି । ଖଟି ଖଟି ମେସିନ୍ ହେଇଗଲିଣି । ପିଲା ଛୁଆଙ୍କ ସ୍କୁଲ ଫି, ବଜାର ସଉଦା, ସ୍ତ୍ରୀ ର ମେଡ଼ିସିନ କିଣୁ କିଣୁ ମାସ ଶେଷକୁ ପକେଟ୍ ଖାଲି । ଏଇଟା କଣ ଗୋଟେ ଲାଇଫ୍ ?
ଅନ୍ୟପଟେ ଶଙ୍କର ବି ସନାତନର କଥା ଭାବି ନିଜ ଭାଗ୍ୟ କୁ ନିନେ୍ଦ । ମୁଁ ହେଲେ ସନାତନ ଭଳି ଅଧିକା ପାଠ ଦି ଅକ୍ଷର ପଢ଼ିଥାନ୍ତି ! ମୁଁ ବି ମୋ ପିଲା ଛୁଆଙ୍କୁ ନେଇ ଆଜି ବେଶ୍ ଖୁସିରେ ଥାନ୍ତି । ସନାତନର ବା ଦୁଃଖ କଣ ? ବେଶ୍ ସୁଖ ଭୋଗ କରୁଛି ସେ । ମାସକୁ ମାସ ଦରମା ଆସୁଛି । ଛୁଟି ମିଳିଲେ ସ୍ତ୍ରୀ ଛୁଆ ପିଲାଙ୍କୁ ବୁଲେଇନଉଛି । ପିଲାକୁ ପ୍ରାଇଭେଟରେ ପାଠ ପଢ଼ଉଛି । ଗାଁ କୁ ଆସିଲେ କେତେ କଣ ଆଣୁଛି । କେତେ ଆଦର ଯତନ । ତାର କି ମୋ ଭଳି ଫଟା କପାଳ ? କି ଖରା କି ବର୍ଷା କି ଶୀତ ମାଟି କୁ ଚଷି ପେଶି ହେଇଗଲିଣି । ତା ଭିତରେ ପୁଣି ଷଣ୍ଢଙ୍କ ଦୌରାତ୍ମ୍ୟ । ବୁଦାଏ ଖାଇଲେ ଦଶ ବୁଦା ନଷ୍ଟ । ପିଲା ଛୁଆଙ୍କୁ ଭଲକରି ପଢେଇପାରୁନି । ଏମାନଙ୍କ ଭଳି ଏମାନଙ୍କ ସ୍ତ୍ରୀଙ୍କର ଦୁଃଖ ମଧ୍ୟ କହିଲେ ନସରେ । ଶଙ୍କର ସ୍ତ୍ରୀ ଭାବେ ମୋ ଭାଗ୍ୟ ତ ଗୁହାଳ ଗୋବରରେ ଘାଣ୍ଟି ହେବା  । ତା ସାଙ୍ଗକୁ ପିଲା ଛୁଆଙ୍କ ଦହଗଞ୍ଜ  । ତାଙ୍କ ସ୍ତ୍ରୀଙ୍କର ତ ଅହୋ ଭାଗ୍ୟ । ·କିରିଆଙ୍କ ସ୍ତ୍ରୀ, ବିଡା ବିଡା ଟଙ୍କା ଗହଣା ଗାଣ୍ଠିରେ ପୋତିପଡୁଥିବେ । ମୋ ଭଳି କଣ ହୀନିମାନ ହେଉଥିବେ । ବାହାଘରକୁ ୨୦ବର୍ଷ ହେଲାଣି ଆଜିଯାଏଁ ଇଏ ତ କେବେ ଫଟା କଉଡିଟିଏ ବି ଧରେଇ ନାହାନ୍ତି । ସେପଟେ ସନାତନର ସ୍ତ୍ରୀ ଭାବେ ଗାଁ ରେ ଜାନିଯାତ୍ରା ବନ୍ଧୁବାନ୍ଧବରେ ଘର ଫାଟିପଡୁଥିବ । ତାରି ଭିତରେ କେତେ ହସ ଖୁସିରେ ନଥିବ ଶଙ୍କରର ସ୍ତ୍ରୀ । ମୋ ପରି କଣ ଏ ସହର ରେ ·ରିକାନ୍ଥ ଭିତର ନର୍କ ଯନ୍ତ୍ରଣା ଭୋଗୁଥିବ  । ଯଦିଓ ଦୁଇ ବନ୍ଧୁଙ୍କ ମଧ୍ୟରେ ଆର୍ଥିକ ତାରତମ୍ୟ ରହିଛି କିନ୍ତୁ ପାରିବାରିକ ଘଟଣା କ୍ରମ ଏକାପରି । ସୁଖ ହେଉ ବା ଦୁଃଖ ଦୋକାନରୁ କିଣିଆଣି ପୁଣି ଫେରେଇପାରୁଥିବା ସଉଦା ନୁହଁ । ଆମ ଦୃଷ୍ଟିଭଙ୍ଗୀ, ଚିନ୍ତା, ଚେତନା ଆମ ସୁଖ ଦୁଃଖର କାରଣ ।
ଦୁଃଖକୁ ନେଇ ଗଭୀର ଭାବେ ଚିନ୍ତନ କଲେ ଏ ପ୍ରଶ୍ନ ମନରେ ନିଶ୍ଚିତ ଉଠିଥିବ ଦୁଃଖର ସୃଷ୍ଟି କେଉଁଠୁ?  ଆମ ଭିତରୁ ନା ବାହାରୁ? ମନସ୍ତତବବିତଙ୍କ ମତରେ ମଣିଷ ନିଜର ଭାବନା ଓ ଚିନ୍ତାକୁ ଆୟତ ଓ ନିୟନ୍ତ୍ରଣ କରିନପାରିବା କାରଣରୁ ଦୁଃଖ ପାଏ  । ଦେଖିବାକୁ ଗଲେ ମଣିଷ ନିଜ ଜୀବନକାଳ ଭିତରେ  ଯେତେ ଦୁଃଖ ପାଏ ସେସବୁ ନିଜ ଦ୍ୱାରା ହିଁ ଉଦ୍ଭବ ହୋଇଥାଏ  । ଅର୍ଥାତ ନିଜ ଭିତରେ ହିଁ ମଣିଷ ଭାବନାରେ ଅନେକ ଜଟିଳ ବିଷୟକୁ ଭର୍ତ୍ତି କରିଥାଏ  । ଯାହାର କୌଣସି ଯୁକ୍ତିଗତ ସମାଧାନ ନଥାଏ  । ସମୟ କ୍ରମେ ତାହା ହିଁ ମଣିଷକୁ ଦୁଃଖି ଓ ହତାଶ କରିଦିଏ  । ମଣିଷ ନିଜ ପରି ଅନ୍ୟମାନେ ହୁଅନ୍ତୁ ବୋଲି ·ହିଁଥାଏ  । ଯାହା ଏକ ଅସମ୍ଭବ ଆଶା  । ଦୁଃଖ ପରି ସୁଖର ସୃଷ୍ଟି ମଧ୍ୟ ଆମ ଭିତରୁ  । ନିଜକୁ ନିୟନ୍ତ୍ରଣ କରିବାର ଅଖଣ୍ଡ କ୍ଷମତା ନିଜ ପାଖରେ ରହିଛି  । ନିଜର ମନ ନିଜ ନିୟନ୍ତ୍ରଣରେ ରହିଲେ ଅର୍ଥାତ ନିଜର ଭାବନା, କଳ୍ପନା  ଓ ଚିନ୍ତାକୁ ଯଦି ସୁନିୟନ୍ତ୍ରଣ କରାଯାଇପାରେ ତେବେ ଜଣେ ସୁଖରେ ଜୀଇଁପାରିବ  । 
       ନାୟକାଣୀଡିହି, ଭଦ୍ରକ
 ମୋ: ୭୮୦୯୦୩୭୬୦୮