ବିଦେଶୀ ଅନୁପ୍ରବେଶକାରୀଙ୍କୁ ତଡିବାକୁ ଦାବି

 କୁଆଖିଆ : ରସୁଲପୁର ବ୍ଲକର ବାରବାଟୀ ଅଂଚଚଳରେ ବହୁଦିନ ଧରି ରହିଆସୁଥିବା ବିଦେଶୀ ଅନୁପ୍ରବେଶକାରୀଙ୍କୁ ତଡିବାକୁ  ଅଂଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲାପାଳ ଯାଜପୁର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଧର୍ମଶାଳା ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ବାରବାଟୀ ଏକ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା ଏବଂ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନକୁ ପନିପରିବା ରପ୍ତାନୀ ଆମଦାନୀ ମଧ୍ୟ ହୁଏ  । 
ଏହି ବ୍ୟବସାୟ ବାହାନାରେ ବହୁ ବିଦେଶୀ ଅନୁପ୍ରବେଶକାରୀ ଆସି ସେଠାରେ ସ୍ଥାନୀୟ ଲୋକଙ୍କୁ ହାତ କରି ଘରଭଡା ନେଇ ରହିବା ପରେ ସ୍ଥାୟୀ ବାସିନ୍ଦା ଭାବରେ ଆଧାର କାର୍ଡ ହାତେଇ ରାସନ୍ ନେଉଛନ୍ତି । ଜଣାଯାଏ ସେମାନେ ହାତେଇ ଥିବା ଆଧାର କାର୍ଡ ସହିତ ମୁଳ ପରିଚୟପତ୍ରର ତାଳମେଳ ରହୁ ନଥିବା ବେଳେ କେଉଁ ଆଧାରରେ ସେମାନେ କାର୍ଡ ହାତେଇ ରାସନ୍ ପାଇବା ପାଇଁ ଯୋଗ୍ୟବିବେଚିତ ହେଲେ ତାହା ଜନସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ଏମିତି କି ଅନେକ ସମୟରେ ଏହାର ଆଖପାଖ ଅଂଚଳରେ ବିଭିନ୍ନ ଚୋରି, ଡକାୟତି ବୃଦ୍ଧି ପାଉଥିବା ନେଇ ସେମାନଙ୍କର ବିଭିନ୍ନ ଅପରାଧମୂଳକ କାର୍ଯ୍ୟରେ ସମ୍ପୃକ୍ତି ଥିବା ନେଇ ସନେ୍ଦହ ପ୍ରକଟ କରୁଛି । ତେଣୁ ସେମାନଙ୍କୁ ପ୍ରଶାସନ ଚିହ୍ନଟ କରି ଉକ୍ତ ଅପ୍ସଚଳରୁ ତୁରନ୍ତ ବାହାର ନକଲେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ପ୍ରତି ବିପଦ ଦେଖା ଦେବ ବୋଲି ଧିରେନ୍ କୁମାର ନାୟକ, ସୁଜିତ୍ କୁମାର ମହାନ୍ତି, ଅନନ୍ତ ବାରିକ୍, ଭରତ ନାୟକ, ଦିଲ୍ଲୀପ୍ ମଲ୍ଲିକ, ଏସ୍ କେ ଲ୍ୟାକୁଦ୍ଦିନ୍,ଶ୍ରୀକାନ୍ତ ବେହେରା, ନକୁଳ ମହାନ୍ତ, ରମେଶ ଚନ୍ଦ୍ର ପାଢ଼ୀ, ମୁରଲୀ ସ୍ୱାଇଁ, ଗଣେଶ୍ୱର ନାୟକ ,ନିନାଦକାନ୍ତ ସାହୁ, ସୋମନାଥ ଦାଶ, ଚିତରଞ୍ଜନ ଦାଶ, ପ୍ରକାଶ କୁମାର ନାୟକ, ନରେଶ ଚନ୍ଦ୍ର ଦିବେଦୀ, ଆଦିତ୍ୟ ନାୟକ, ଗଜେନ୍ଦ୍ର ସାହୁ, ରାଜକିଶୋର ବେହେରା ସମେତ ବହୁ ବ୍ୟକ୍ତି ଦାବି କରିଛନ୍ତି ।