ପରିବାର ଉପରେ ଚଢ଼ିଗଲା କଣ୍ଟେନର

କେନ୍ଦୁଝର: କେନ୍ଦୁଝରର ତେଲକୋଇ ଜଗମୋହନପୁରରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପୁରା ପରିବାର ଉପରେ ଚଢ଼ିଗଲା କଣ୍ଟେନର। ଚାଁହୁ ଚାଁହୁ ଚାଲିଗଲା 3-3 ଟା ଜୀବନ। ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ଦମ୍ପତ୍ତି, ସେହି ସମୟରେ ହିଁ ତାଙ୍କ ଉପରେ ଚଢ଼ିଯାଇଥିଲା କଣ୍ଟେନର। ତେଲକୋଇ ଥାନା 49 ନମ୍ବର ଏନଏଚରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବାବେଳେ ଘଟଣାସ୍ଥଳରେ ହିଁ ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଛି। ପୁରା ପରିବାରର ଏହି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।