ପରିବହନ ବିଭାଗ ଓ ପୁଲିସର ମିଳିତ ଗାଡି ଯାଞ୍ଚ
ଭଦ୍ରକ: ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥରେ ଗୁରୁବାର ଜିଲ୍ଲା ପରିବହନ ବିଭାଗ ଓ ତିହିଡି, ପିର ହାଟ ପୁଲିସର ମିଳିତ ସହଯୋଗରେ ଗାଡି ଯାଞ୍ଚରୁ ୫ ଲକ୍ଷ ୮୩ ହଜାର ଟଙ୍କାର ଜରିମାନା କରାଯାଇଥିବା ଜଣାପଡିଛି । ଏହି ଯାଞ୍ଚ ସମୟରେ ମଦ ପିଇ ଗାଡି ଚଳବାଇବା ଅଭିଯୋଗରେ ଜଣେ, ତିରିଶ ଗୋଟି ବିନା ହେଲମେଟରେ ଗାଡି ଚାଳନା, ସିଟ ବେଲଟ ପିନ୍ଧି ନ ଥିବା ଅଭିଯୋଗରେ ଦୁଇ ଓ ଯାତ୍ରୀ ବାହି ଗାଡି ରେ ପଣ୍ୟ ସାମଗ୍ରୀ ପରିବହନ ଅଭିଯୋଗରେ ଏହି ଫାଇନ କଟା ଯାଇଥିବା ଜଣା ପଡିଛି । ଏହି ଯାଞ୍ଚ ରେ ଜିଲ୍ଲା ପରିବହନର ରାସ୍ତା ସୁରକ୍ଷା ଅଧିକାରୀ ସେକ ଅବଦୁଲ ରହିମ, ଟ୍ରାଫିକ ସବ ଇନ୍ସପେକ୍ଟର ଶର୍ମିଷ୍ଠା ମିଶ୍ର, କନିଷ୍ଠ ଏମଭି ଆଇ ପ୍ରିୟଙ୍କା ପ୍ରଧାନ, ଅତିରିକ୍ତ ଟ୍ରାଫିକ ସବ ଇନ୍ସପେକ୍ଟର ଶ୍ୟାସୁନ୍ଦର ନାୟକଙ୍କ ସମେତ ଉଭୟ ତିହିଡି ଓ ପିର ହାଟ ପୁଲିସର କର୍ମଚାରୀ ସାଙ୍ଗକୁ ପରିବହନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।