ଛାତ୍ରାବାସରେ ଚାଲୁଛି ବେଆଇନ ଧର୍ମାନ୍ତରୀକରଣ

  ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁର୍ଡା ଅନ୍ତର୍ଗତ ବାଞ୍ଜୀ ପାଲିଗ୍ରାମରେ ବେଆଇନ ଭାବେ ଚାଲୁଥିବା ଛାତ୍ରାବାସରେ ଧର୍ମାନ୍ତରୀକରଣ କରାଯାଉଛି । ଏହାକୁ ବନ୍ଦ କରିବା ନିମନ୍ତେ  ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରଯାଇଛି । ବାଞ୍ଜୀପାଲି ଗ୍ରାମରେ ବେଆଇନ ଭାବରେ ଛାତ୍ରାବାସରେ ନିରୀହ ଗରିବ ଆଦିବାସୀ ଓ ହରିଜନ ନାବାଳିକା ଝିଅ ଓ ପୁଅ ମାନଙ୍କୁ ପାଠ ପଢ଼ାଇବା ନାଁରେ ଧର୍ମାନ୍ତରୀକରଣ କରଯାଉଛି । ଏହି ଅନୁଷ୍ଠାନକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି  । ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଜିଲ୍ଲାରେ ଧର୍ମାନ୍ତରୀକରଣ ବନ୍ଦ କରାଯାଉନାହିଁ । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକୁ ବେଖାତିର କରି ଧର୍ମାନ୍ତରୀକରଣକୁ ପ୍ରସୟ ଦେଉଥିବା ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଦେବାକୁ ବିଶ୍ୱ ହିନ୍ଦୁ ପରିଷଦର ପବତ୍ର କୁମାର ଦାଶ, ନରେନ୍ଦ୍ର କୁମାର ବେହେରା, ସୋମନାଥ ସିଂଦେଓ, ସଞ୍ଜୀବ କୁମାର ନାୟକ, ଶଙ୍କର ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି ।