ଓଡ଼ିିଶା ଶିଳ୍ପୀ ମହାସଂଘ ପକ୍ଷରୁ ସ୍ମାରକପତ୍ର 

 ଯାଜପୁର ଟାଉନ:  ଓଡ଼ିଶା ଶିଳ୍ପୀ ମହାସଂଘ ଯାଜପୁର ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ ଜାରିଗଲ ସହାୟତା ଯୋଜନା ଏବଂ ଓଡ଼ିଶା ହସ୍ତତନ୍ତ, ହସ୍ତ ଶିଳ୍ପ ବିକାଶ ଏବଂ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରାଯାଉ । ବିଗତ ସରକାର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ ଜାରିଗଲ ସହାୟତା ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧିନରେ ରାଜ୍ୟର ୧୫୦୦ରୁ ବୁଣାକାର ମାସିକ ଭତା ପାଇଥିଲେ । ହସ୍ତଶିଳ୍ପୀ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି । କଳାକାରଙ୍କ ଭଳି୪୦ବର୍ଷର ମହିଳା ଓ ୮୦ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାର ନିୟମ ରହିଛି । କିନ୍ତୁ ତାହା ଅଦ୍ୟାବଧି କରାଯାଇନାହିଁ । ଓଡ଼ିଶା ଶିଳ୍ପୀ ମହାସଂଘର ଉଦ୍ୟମରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପୀ ବିକାଶ ଉନ୍ନୟନ ପରିଷଦ ବୋର୍ଡ଼ ଗଠନ କରାଯାଉନାହିଁ । ନୂତନ ସରକାର ଗଠନ ହେବାର ବର୍ଷେ ପୁରିଥିଲେ ମଧ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପୀକୁ ବିଭାଗ ଗୁରୁତ୍ୱ ଦେଉନାହିଁ । ତୁରନ୍ତ ରାଜ୍ୟ ସରକାର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ମହାସଂଘ ଦାବି ଉପସ୍ଥାପନ କରିଛି । ବୁଣାକାର ଓ ହସ୍ତଶିଳ୍ପୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀସର୍ବ ଭାରତୀୟସ୍ତରରେ ଓଡ଼ିଶାର ଛବିକୁ ବିକଶିତ କରିଥିବା ବେଳେ ଶିଳ୍ପୀ କିନ୍ତୁ ଅଲଡ଼ା ହୋଇ ପଡ଼ିଛନ୍ତି ବୋଲି ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଶିଳ୍ପୀ ମହାସଂଘର ରାଜ୍ୟ ସମ୍ପାଦକ ପ୍ରିୟରଞ୍ଜନ କର, କୋଷାଧ୍ୟକ୍ଷ ଅଗୋତ ଗୁଇଁ, ଜିଲା ସଭାପତି ପ୍ରଶାନ୍ତ ବେହେରା, ଲକ୍ଷ୍ମୀଧର ଚାନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଶିଳ୍ପୀ, ବୁଣାକାର ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।