ବଳଙ୍ଗା ଘଟଣା : ୩ ଦୁବୃର୍ତ୍ତଙ୍କ ଗିରଫ ଦାବିରେ କଂଗ୍ରେସର ପ୍ରତିବାଦ

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ୩ ଦୁବୃର୍ତ୍ତ ଙ୍କ ଗିରଫ ଦାବିରେ କଂଗ୍ରେସର ପ୍ରତିବାଦ । କଟକ ପୁଲିସ ଡିଜି ଅଫିସ୍ ଆଗରେ କଂଗ୍ରେସ କରିବ ଶାନ୍ତିପୂର୍ଣ୍ଣ ଧାରଣ । ଏନେଇ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । କଟକ ମାତା ମଠ ଠାରୁ ଡିଜି କାର୍ଯ୍ୟାଳୟ ପର୍ଯ୍ୟନ୍ତ କଂଗ୍ରେସ ପଦଯାତ୍ରା କରୁଛି । ଦିନ ୧୧ଟାରେ ପୋଲିସ ଡିଜି ଅଫିସ୍ ଘେରାଉ ଏବଂ ଧାରଣା କରିବ କଂଗ୍ରେସ । ଏହା ପୂର୍ବରୁ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।