ଶିକ୍ଷକଙ୍କ ନାମରେ ଅସଦାଚରଣ ଅଭିଯୋଗ

 ଢେଙ୍କାନାଳ: ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ଆସିଛି  ।  ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ପଞ୍ଚାୟତ ଅଁଳାଝରୀ ଗ୍ରାମରୁ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଟୋଲ ଫ୍ରି ନମ୍ବର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଛାତ୍ରୀଙ୍କ ସମେତ ତାଙ୍କ ଅଭିଭାବକ ଆଜି ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଛନ୍ତି  । 
ଅଁଳାଝରୀ ଗ୍ରାମର ଜଣେ ବାଳିକା ଜମେଶ୍ୱର ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି  । ବିଦ୍ୟାଳୟର   ସାହିତ୍ୟ ଶିକ୍ଷକଙ୍କ ସମେତ ଆଉ ଜଣେ ଶିକ୍ଷକ ଛାତ୍ରୀଙ୍କୁ ବିିଭିନ୍ନ ସମୟରେ ଅସଦାଚରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି  । ଏ ନେଇ ବିଭିନ୍ନ ଅଶାଳୀନ କଥା ମଧ୍ୟ ଶିକ୍ଷକ କହିବା ସହ ତାଙ୍କ ନଶୁଣିଲେ ପାଠପଢାରେ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ଛାତ୍ରୀଙ୍କ ପରିବାର ଲୋକେ କହିଛନ୍ତି । ଛାତ୍ରୀ ଏବଂ ତାଙ୍କ ଅଭିଭାବକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ।