ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

 କେନ୍ଦୁଝର : ବୁଧବାର କେନ୍ଦୁଝର ଭୂ-ବନେ୍ଦାବସ୍ତ ସେଟେଲମେଣ୍ଟ  କାର୍ଯ୍ୟାଳୟରେ ସହକାରୀ ରେକର୍ଡ ରକ୍ଷକ ହାଡିବନ୍ଧୁ ବେହେରାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଓଡିଶା ଭିଜିଲାନ୍ସ ମାଡି ବସିଛ । ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା  ପାଟଣା ତହସିଲ ଅନ୍ତର୍ଗତ ଚିନାମଳି ପଶି  ଗ୍ରାମର ସୁଶୀଲ ମହାନ୍ତ ତାଙ୍କ ପୈତୃକ ଜାଗାକୁ ତାଙ୍କ ବଡଭାଇଙ୍କ ପୁଅ ଏକନାମୀ ପଟ୍ଟା କରିବା ପରେ ସୁଶୀଲଙ୍କର କୌଣସି ସତ୍ତ୍ୱ ନ ରହିବାରୁ ସେ ତାଙ୍କର ବିବାଦୀୟ ପୈତୃକ ଜମି ସମ୍ବନ୍ଧରେ ପ୍ରମାଣିତ କପି ପ୍ରଦାନ କରିବା ପାଇଁ ଜୁଲାଇ ୪ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଭୁବନେ୍ଦାବସ୍ତ କାର୍ଯ୍ୟାଳୟରେ ଆବେଦନ  କରିଥିଲେ । ଶ୍ରୀ ବେହେରା ଅଭିଯୋଗକାରୀଙ୍କଠାରୁ କାଗଜପତ୍ର ଯୋଗାଇବା ପାଇଁ ପ୍ରଥମେ ୩ହଜାର ୪ଶହ ଓ ପରେ ୩ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ବିକଳ୍ପ ନ ପାଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଅଭିଯୁକ୍ତ ଶ୍ରୀ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କଠାରୁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ ।