ନାବାଳିକାକୁ ବିବାହ ପରେ ନିର୍ଯାତନା : ଫେରାର୍ ପୋଲିସ ଏସଆଇ ସସ୍‌ପେଣ୍ଡ

ଜଗତସିଂହପୁର : ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ପୋଲିସ ଏସଆଇ । ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଲୋକଙ୍କ ଅଗୋଚରରେ ଜଣେ ନାବାଳିକାଙ୍କୁ ବିବାହ କରିଥିଲେ ପୁଲିସ ବାବୁ ।  ବିବାହର କିଛ ମାସ ପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ଯାତନା ନେଇ ଆସିଲା ଅଭିଯୋଗ । ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେଉଥିବା ସଙ୍ଗୀନ ଅଭିଯୋଗ ଆସିଛି ଜଗତସିଂହପୁର ସଦର ଥାନାରୁ । ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷପ ନେଇ ନଥିବା ଓ କୋର୍ଟକୁ ଚାର୍ଜସିଟ୍‌ ପଠାଉନଥିବା ନେଇ ପୀଡ଼ିତା ଓ ତାଙ୍କର ମାଆ ଅଭିଯୋଗ କରିଛନ୍ତି ।