ଜବରଦଖଲ ଉଚ୍ଛେଦ ନେଇ ତଦନ୍ତ ଆରମ୍ଭ
ଧାମନଗର : ଧାମନଗର ଅଞ୍ଚଳର ବହୁ ପୁରାତନ ଐତିହାସିକ ଜଗୁ ସାଗର ପୋଖରୀ ଆଡି ପୋତି ବାସଗୃହ ନିର୍ମାଣ ଏବଂ ରାସ୍ତାକୁ ଜବରଦଖଲ ସହ ଘର ତିଆରି କରି ଭଡ଼ା ଟଙ୍କା ଆଦାୟ କରୁଥିବା ନେଇ ବାରମ୍ବାର ଦାବି ପରେ ଏବେ ପ୍ରଶାସନ ତତ୍ପର ହୋଇଛି । ଧାମନଗର ତହସିଲଦାରଙ୍କ ନିଦେ୍ର୍ଦଶ କ୍ରମେ ସରକାରୀ ଅମିନ ପଙ୍କଜ କୁମାର ନାୟକ, ରାଜସ୍ୱ ନିରୀକ୍ଷକ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ପୋଖରୀର ଆଡିରେ କେଉଁ କେଉଁ ମାନେ ସରକାରୀ ଜମି ଜବରଦଖଲ କରିଛନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ତହସିଲରେ ଜମା କରାଯିବ ବୋଲି ରାଜସ୍ୱ ନିରୀକ୍ଷକ ସୂଚନା ଦେଇଛନ୍ତି । ସୂଚନାଥାଉକି ଦୀର୍ଘ ବର୍ଷ ହେବ ଧାମନଗର ବଜାର ସନ୍ନିକଟରେ ଏହି ପୁରାତନ ପୋଖରୀଟି ରହିଛି । ଧିରେଧିରେ ଚାରିପାଖରେ ସ୍ଥାନୀୟ ଲୋକମାନେ ଜବରଦଖଲ କରି ପୋଖରିକୁ ସଂକୁଚିତ କରି ସାରିଲେଣି । ଉକ୍ତ ପୋଖରୀ ପୁନରୁଦ୍ଧାର ପାଇଁ ୩୦ ଲକ୍ଷ ଖର୍ଚ୍ଚ କରାଯାଇଥିଲା । ମାତ୍ର ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଅର୍ଥ ହରି ଲୁଟ ହୋଇ ଯାଇଥିବା ବେଳେ ଏବେ ପୋଖରି ଆଡି ଜବରଦଖଲ ହୋଇଛି । ଏବେ ପ୍ରଶାସନ ଉଚ୍ଛେଦ ପାଇଁ ଅଣ୍ଟା ଭିଡି ଥିବା ବେଳେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।