ବିଦ୍ୟାପୀଠରେ ଚକ୍ଷୁ ପରୀକ୍ଷା ଶିବିର
ବୁଗୁଡ଼ା : ସୁରେନ୍ଦ୍ର ସାଏ ଦିବ୍ୟଜ୍ୟୋତି ଯୋଜନା ଆନୁକୂଲ୍ୟରେ ସମଗ୍ର ଶିକ୍ଷା ଗଞ୍ଜାମ ଏବଂ ବୁଗୁଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଦ୍ଧଗିରି ବିଦ୍ୟାପୀଠରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରଧାନ ଉଦ୍ଘାଟନ କରିଥିବାବେଳେ ଏଥିରେ ୧୯ଟି ବିଦ୍ୟାଳୟର ୧୫୦ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ୮୧ଜଣଙ୍କୁ ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯାଇଥିବାବେଳେ ୬ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥ ସିଟି ହସ୍ପିଟାଲ ରେଫର୍ କରାଯାଇଛି । ଚକ୍ଷୁ ବିଶେଷଜ୍ଞ ସିଲା ସୀତାରମନ୍ ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିବାବେଳେ ଅପଥାଲମିକ ଅଫିସର ଶୁଭଶ୍ରୀ ପାଲ ଓ ଦିପ୍ତିମୟୀ ଦଳାଇ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ଡାକୁଆ ଓ ସୋନାଲିନ୍ ପଣ୍ଡା ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ଗଙ୍ଗାଧର ଦାଶ, ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ମିଶ୍ର, ବଦ୍ରି ପ୍ରସାଦ ସ୍ୱାଇଁ, ଲକ୍ଷ୍ମଣ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।