ଅଧିକ ଦରରେ ଖଣି ନିଲାମକୁ ବିରୋଧ  : ଜିଲ୍ଲାପାଳଙ୍କୁ ଦାବି ଜଣାଇଲା କ୍ରସର ମାଲିକ ସଂଘ

 ଖୋର୍ଦ୍ଧା : ଖୋର୍ଦ୍ଧା ତହସିଲ ତାପଙ୍ଗ ମୌଜାରେ ଥିବା ଶ୍ରୀଜଗନ୍ନାଥଙ୍କ କଳିଙ୍ଗ ପାହାଡ ଟେଣ୍ଡର ପରେ ଜିଲ୍ଲାର ସମସ୍ତ କ୍ରସର ଗୁଡିକ ଭିତରେ ଦେଖା ଦେଇଛି ଅସନ୍ତୋଷ । ଟେଣ୍ଡର ପାଖାପାଖି ଦୁଇଗୁଣ ଅଧିକ ଟଙ୍କାରେ ଯାଇଥିବାରୁ କ୍ରସର ଚଳାଇବାରେ ସମସ୍ୟା ହେବ ବୋଲି ସଂଘ ଆସଙ୍କା କରିଛି । ସେହିପରି ସରକାର ଟେଣ୍ଡର ଓ କ୍ରସର ଉପରେ ନଜର ଦେଇ ସମସ୍ୟାର ସମାଧାନ କରିବାକୁ ସରକାରଙ୍କୁ ସଂଘ ନିବେଦନ କରିଛି । ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ପାହାଡ ନିଲାମକୁ ନେଇ ଦେଖାଦେଇଛି ବିବାଦ । ପୂର୍ବରୁ ଯେଉ ନିଲାମ ଶ୍ରୀମନ୍ଦିର ପ୍ରଶାସନ କରୁଥିଲା ତାକୁ ଏବେ ଜିଲ୍ଲା ଖଣି ବିଭାଗ କରୁଛି । ଯାହାଫଳରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ କ୍ରସର ୟୁନିଟ ବନ୍ଦ ହୋଇଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି କ୍ରସର ମାଲିକ । ପୂର୍ବରୁ ପ୍ରତି କୁ୍ୟବିକ୍ ମିଟର ୧୭୦ ଟଙ୍କା ଥିବା ବେଳେ, ତାହା ଏବେ ୩୫୮କୁ ବୃଦ୍ଧି ପାଇଛି । ଏହାକୁ ନିଲାମ ଧାରୀମାନେ କୁ୍ୟବିକ୍ ମିଟର ୧୫୦୦ ରୁ ୫୦୦୦ ପର୍ଯ୍ୟନ୍ତ ନେଇଛନ୍ତି । ଏହାର ପ୍ରଭାବରେ ସେମାନଙ୍କୁ ଉଚ୍ଚା ଦରରେ କଞ୍ଚାମାଲ କିଣିବାକୁ ପଡିବ ଓ ସେସବୁକୁ ଚୁରିବା ପରେ ଚିପ୍ସ ସିଏମ୍ ପ୍ରତି ୪- ୬ ହଜାରରେ ବିକ୍ରି ହେବ, ଏହାର ପ୍ରଭାବ ନିର୍ମାଣ ଶିଳ୍ପ ଉପରେ ପଡିବ । ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ସସ୍ତାରେ ଚିପ୍ସ ମିଳୁଥିବା ବେଳେ, ଖୋର୍ଦ୍ଧାରେ ଅଧିକ ଦରରେ ବିକ୍ରି ହେବ । ଫଳରେ ପାଞ୍ଚଟି ଜିଲ୍ଲାର ଶ୍ରମିକଙ୍କ ସହିତ ବହୁ ସ୍ଥାନୀୟ ବ୍ୟବସାୟୀ ହାତବାନ୍ଧି ବସି ରହିବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଣ୍ଡର ଉପରେ ପୁନଃ ବିଚାର କରିବାକୁ ସଂଘ ନିବେଦନ କରିଛି । ଏନେଇ କ୍ରସର ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛିନ୍ତି । ପୂର୍ବରୁ ଅନେକ ଦିନ ଧରି ଖଣି ବନ୍ଦ ରହିଥିବା ବେଳେ, କିଛି ଦୁର୍ବୁତ୍ତ ଓ ଅସାମାଜିକ ବ୍ୟକ୍ତି ମାନେ ଏହାର ଫାଇଦା ଉଠାଇ ରାତାରାତି ଖଣି ଚୋରି କରୁଥିବା ବେଳେ, ଖଣିରୁ ପଥର ସାରିଥିଲା । କିନ୍ତୁ ଅର୍ଥ ରାଜକୋଷକୁ ନଯାଇ ଖଣି ମାଫିଆଙ୍କ ପକେଟକୁ ଯାଉଥିଲା । ତେବେ ବର୍ତମାନ ଯଦିଓ ଅଧିକ ଅର୍ଥରେ ଟେଣ୍ଡର ହୋଇଛି ତେବେ ଏହା ରାଜ୍ୟ ପାଇଁ ଶୁଭଙ୍କର ହୋଇଥିବା ବେଳେ, ଦଲାଲଙ୍କ ପ୍ରତି ଏହା ବିପଦ ସଂକୁଳ ରହିଛି । କିନ୍ତୁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚ ହେଉଛି ।